ଫସଲ ଅମଳ ପାଇଁ ଚାଷୀକୂଳ ପ୍ରସ୍ତୁତ ବେଳେ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : କ୍ରମାଗତ ଲଘୁଚାପର ଲଗାଣ ବର୍ଷାରେ ମୋହନା ବ୍ଳକର ବିଭିନ୍ନ ପଞ୍ଚାୟତରେ ଧାନ ଓ ମକା ଫସଲ ନଷ୍ଟ ହୋଇଛି। ଧାର ଉଧାର କରି ଧାନ ଓ ମକା ବିହନ କିଣି ଆଣି ଚାଷ କରିଥିବା ଚାଷୀ ଏବେ ଚିନ୍ତା ଗ୍ରସ୍ତରେ। ଅଞ୍ଚଳରେ ଚାଷୀ କୂଳ ପାଚିଲୀ ଧାନ କାଟି ବିଲ୍ରେ ରଖିଥିଲା ଆଣିବା ପାଇଁ କିନ୍ତୁ ଅଦିନିଆ ଲଘୁଚାପ ଲଗାଣ ବର୍ଷାରେ ବିଲରେ ଆଣ୍ଠୁଏ ପାଣି । ଲହଡି ଭାଙ୍ଗୁଚି ବର୍ଷାଜଳ । ପାଚିଲା ଧାନ ବିଲରେ ପଡି ଗଜା ହୋଇ ଗଲାଣି। ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବର୍ଷା ପାଣିରେ ଧାନ କଳେଇ ଭାସିଯାଇଥିବା ଚାଷୀମାନେ କହିଛନ୍ତି। ମୋହନା ବ୍ଲକ ଅନ୍ତର୍ଗତ ବଡସିଦ୍ଧବା ପଞ୍ଚାୟତ ଅଧିନ ଖାରିଗୁମା ଗ୍ରାମର ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଏକର ଚାଷ ଜମିରେ ଧାନ ଫସଲ ଲଗାଣ ବର୍ଷାରେ ନଷ୍ଟ ହୋଇଯାଇଛି । ବିଲରେ ପାଚିଲା ଧାନ କାଟି ରଖାଯାଇଥିବା ବେଳେ କ୍ରମାଗତ ବର୍ଷା ଯୋଗୁଁ ଚାଷୀ ଧାନ ଆଣି ନ ପାରିବା ଯୋଗୁଁ ପାଚିଲା ଧାନ ବିଲରେ ପଡି ଗଜା ହୋଇଥିବା ଦେଖିବାକୁ ମିଳିଛି । ୩ କିଲୋ ହାଇବ୍ରିଡ ଧାନ ବିହନକୁ ୧୨୫୦ ଟଙ୍କାରେ ଚାଷୀ ବଜାରରୁ କିଣି ଆଣି ଚାଷ କରିଥିଲା। ଭଲ ଫସଲ ହେଲେ ଦି ପଇସା ରୋଜଗାର କରିବା ଏବଂ ପରିବାର ପ୍ରତି ପୋଷଣ କରିବ କିନ୍ତୁ ସବୁ ଧୂଳିସାତ ହୋଇଯାଇଥିବା ଖାରିଗୁମା ଗ୍ରାମର ଚାଷୀମାନେ ଦୁଃଖର ସହ କହିଛନ୍ତି । ଯଦି ଜିଲ୍ଲା ପ୍ରସାଶନ ସେମାନଙ୍କ ଦୁଃଖ ବୁଝି ସରକାରୀ ସହାୟତା ଯୋଗାଇ ଦିଅନ୍ତା ତେବେ ସେମାନେ ୠଣ ଗ୍ରସ୍ତରୁ ମୁକ୍ତି ହୁଅନ୍ତେ ବୋଲି ଗ୍ରାମର ଚାଷୀ ଚିତ୍ରସେନ ମଳିକ, ଶରତ ମଳିକ, ବିଶ୍ୱାମିତ୍ର ମଳିକ, ବିଶିକେଶନ ମଳିକ,ରବି ମଳିକ, ପୂର୍ଣ୍ଣଚନ୍ଦ୍ର ମଳିକ ଆଦି ଚାଷୀ କହିଛନ୍ତି। ସେହିପରି ବିଭିନ୍ନ ଅଞ୍ଚଳରେ ମଧ୍ୟ ଲଗାଣ ବର୍ଷରେ ମକା ଫସଲ ନଷ୍ଟ ହୋଇଥିବା ଜଣାପଡିଛି। ଏ ସଂପର୍କରେ ବ୍ଳକ କୃଷି ଅଧିକାରୀ ସନ୍ଦୀପ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି କର୍ମଚାରୀମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ସୋମବାର ସୁଦ୍ଧା କ୍ଷୟକ୍ଷତି ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କ୍ଷୟକ୍ଷତିକୁ ଆକଳନ କରି ସରକାରଙ୍କ ନିୟମ ମୁତାବଳ ସାହାଯ୍ୟ ଯୋଗାଇ ଦିଆଯିବ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ