ଫସଲ କ୍ଷୟକ୍ଷତିର ଆକଳନ ପାଇଁ ତହସିଲଦାରଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଚଳିତ ଲଘୁଚାପଜନିତ ବର୍ଷାରେ କେନ୍ଦ୍ରାପଡା ତହସିଲ ଅଧିନ ଭାଗବତପୁର ଓ ଭରତପୁର ରାଜସ୍ୱ ସର୍କଲ ଅନ୍ତର୍ଗତ ମୈାଜା ଗୁଡିକରେ ଧାନଫସଲ ସଂପୂର୍ଣ୍ଣ ବର୍ଷାପାଣିରେ ବୁଡି ରହିଥିବାରୁ ଫସଲ ନଷ୍ଟ ହୋଇଯାଇଛି । ବିଶେଷ କରି କଷୋଟି,ଜମଧର, ମରଡପୁର ମୈାଜାର ଧାନଫସଲ ଏବେବି ପାଣିରେ ବୁଡି ରହିଥିବାରୁ ସେହି ଅଞ୍ଚଳର ଧାନଫସଲ ସଂପୂର୍ଣ୍ଣ ପଚି ନଷ୍ଟ ହୋଇଯାଇଥିବାରୁ ସେ ସମ୍ପର୍କରେ ଅନୁଧ୍ୟାନ କରି ରାଜସ୍ୱ ନିରୀକ୍ଷକ (ଆର.ଆଇ.) ରିପୋର୍ଟ ପ୍ରଦାନ କରିବା କଥା । ଅନ୍ୟସ୍ଥାନ ଭଳି ଏଠାରେ କ୍ଷୟକ୍ଷତିର ଅନୁଧ୍ୟାନ ନକରି ରାଜସ୍ୱ ନିରୀକ୍ଷକ କିଛି ହୋଇନଥିବା ଦର୍ଶାଉଛନ୍ତି । ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ସରକାରଙ୍କ ଘୋଷଣା ଅନୁଯାଇ ଯେଉଁ ମୈାଜାରେ ୩୩ ପ୍ରତିଶତ ଫସଲ କ୍ଷତି ହୋଇଥିବ ସେହି ମୈାଜାକୁ କ୍ଷତିପୁରଣ ପାଇଁ ଅନ୍ତର୍ଭୁକ୍ତ କରାଯିବା କଥା । ତେଣୁ ତହସିଲଦାର ଏଥିପ୍ରତି ଦୃଷ୍ଟି ଦେଇ ଏହି କ୍ଷତିଗ୍ରସ୍ତ ମୈାଜା ଗୁଡିକର ଧାନ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନଙ୍କ ପକ୍ଷରୁ ଅଞ୍ଜନ କୁମାର ପଲାଇ, ସୁବାଷ ଚନ୍ଦ୍ର ସାହୁ, ଅମର ସେଠୀ, ବିଦ୍ୟୁଲତା ପଲେଇ, ମହେନ୍ଦ୍ର କୁମାର ସ୍ୱାଇଁ, ଅମୀୟ କୁମାର ବରାଳ ପ୍ରମୁଖ କେନ୍ଦ୍ରାପଡା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରି ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ