ଫସଲ ବିବିଧି କରଣ କାର୍ଯ୍ୟକ୍ରମ ଓ ରୋଷେଇ ପ୍ରତିଯୋଗିତା

କୁଚିଣ୍ଡା,(ରିଙ୍କୁ କୁସୁମ):କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଲେଇଗଡ ଗ୍ରାମ ପଞ୍ଚାୟତର ପୁରୁଣା ପାଣି ଗ୍ରାମ ଠାରେ ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଫସଲ ବିବିଧି କରଣ କାର୍ଯ୍ୟକ୍ରମ ଅନ୍ତର୍ଭୂକ୍ତ ବୁଦୁଲାପାଲି କ୍ଳଷ୍ଟରର ପୁରୁଣାପାଣି ରେ ଅଣ ଧାନ ଫସଲରେ ବିଭିନ୍ନ ପ୍ରକାର ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ ଏବଂ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରେ ମୂଖ୍ୟ ଅତିଥି ଭାବରେ କୃଷି ଜିଲ୍ଲା ଅଧିକାରୀ ପ୍ରସନ୍ନ କୁମାର ସ୍ୱାଇଁ ଉଦ୍ଘାଟନ କରିଥିଲେ। ଏଥିରେ ପ୍ରକ୍ରିୟା କରଣ, ବ୍ୟବସାୟ, ସଂରକ୍ଷଣ ଏବଂ ଅମଳ ପରବର୍ତ୍ତୀ ଯତ୍ନ ବିଷୟର ଉପସ୍ଥିତ ଚାଷୀଙ୍କୁ ତାଲିମ ପ୍ରଦାନ କରିଥିଲେ ଏବଂ “ଆଠ ମାଲ, ବେର୍ଣ୍ଣା ବାହାଲ” ର ଭାବାର୍ଥ କୁ ଅନୁକରଣ ମୁତାବକ ଜମିରେ ସବୁ ପ୍ରକାର ଚାଷ କରିବା ବିଷୟରେ ଚାଷିମାନଙ୍କୁ ଉଦବୋଧନ ଦେଇଥିଲେ।ଏହି ଶିବିର ରେ କୁଚିଣ୍ଡା ଜିଲ୍ଲା କୃଷି ଅଧିକାରୀ ପ୍ରସନ୍ନ କୁମାର ସ୍ବାଇଁ , କୁଚିଣ୍ଡା ବ୍ଳକ କୃଷି ଅଧିକାରୀ ଯୋଗେଶ୍ୱର ପଣ୍ଡା, ଏନ୍ ଜି ଓ ସଂପାଦକ ଅଶୋକ ପାଣିଗ୍ରାହୀ, ଅବସର ପ୍ରାପ୍ତ କୃଷି ଅଧିକାରୀ ରଘୁମଣି ହୋତା,ସରପଞ୍ଚ ନଳିନୀ କିସାନ, ସମିତି ସଭ୍ୟା କୁନି କିସାନ ତାଲିମ ଦାତା ଏବଂ ବିଚାରକ ଭାବରେ ଯୋଗଦାନ କରି ମଞ୍ଚରେ ଉପସ୍ଥିତ ରହିଥିଲେ ।ଏହି ଶିବିରରେ ଅଣ ଧାନ ଚାଷର ପକ୍ରିୟା ପ୍ରଣାଳୀ , ବିକ୍ରୟ, ବଜାର ବ୍ୟବସ୍ଥା, ସଂରକ୍ଷଣ ଆଦି ବିଷୟରେ ଚାଷୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।ବୁଦୁଲାପାଲି କ୍ଲଷ୍ଟରର ପୁରୁଣା ପାଣି,କୁଲେଇଗଡ,କିରାସାଶନ,କୁଟୁରାଚୁଆଁ ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଅଣଧାନ ଫସଲରେ ବିଭିନ୍ନ ପ୍ରକାର ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରି ୧୩ ଗୋଟି ଅଲଗା ପ୍ରକାରର ଷ୍ଟଲ ପ୍ରଦର୍ଶିତ କରିବା ସହ ସେମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ବୁଦଲାପାଲି କ୍ଳଷ୍ଟର ସିଡ଼ିପି ର ପ୍ରକଳ୍ପ ସଂଯୋଜକ ମଂଗଳୁ ଷଣ୍ଢ କାର୍ଯକ୍ରମ ପରିଚାଳନା କରିଥିବାବେଳେ ।କର୍ଯ୍ୟକ୍ରମରେ ଗ୍ରାମ୍ୟ କୃଷି କର୍ମଚାରୀ ଅତିଶ୍ ପଟେଲ, ଏମ୍ ବି କେ,ସି ଆର୍ ପି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଉକ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ