ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ୨ଲକ୍ଷ ଲୁଟ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜନୈକ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ଠାରୁ ୨ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଏଲ.ଆଣ୍ଡ ଟି ଫାଇନାନ୍ସ କମ୍ପାନୀର ପଟ୍ଟାମୁଣ୍ଡାଇରେ କାର୍ଯ୍ୟରତ ଥିବା ଭଦ୍ରକର ଜନୈକ ଯୁବକ ବାଇକରେ ଏକ ବ୍ୟାଗ ପକାଇ କେନ୍ଦ୍ରାପଡା ସହରକୁ ଆସିଥିବା ବେଳେ ଅପରାହ୍ନ ପ୍ରାୟ ୨ଟା ସମୟରେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲନଗର ହାଇସ୍କୁଲ ଛକ ସମ୍ମୁଖରୁ ୨ଜଣ ଦୁର୍ବୁତ୍ତ ଅନ୍ୟ ଏକ ନମ୍ବର ବିହୀନ ଆପାଚି ବାଇକରେ ସେଠାରେ ପହଞ୍ଚି ଫାଇନାନ୍ସ କମ୍ପାନୀର ଯୁବକଙ୍କୁ ବନ୍ଧୁକ ଦେଖାଇ ତାଙ୍କ କାନ୍ଧରେ ପଡିଥିବା ବ୍ୟାଗ ଓ ବାଇକ ଚାବିଟିକୁ ନେଇ ତିନିମୁହାଣି ଛକ ଆଡେ ପଳାଇଯାଇଥିଲେ । ସେହି ବ୍ୟାଗରେ ୨ଲକ୍ଷ ନଗଦ ଟଙ୍କା ସହିତ ଅନ୍ୟାନ୍ୟ କାଗଜପତ୍ର ଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି । ସଦର ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ଥାନା ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ