ଫାଇନାଲରେ ଚରମ୍ପା ଏକାଡେମୀ ଓ ୟୁଏଣ୍ଡ ମି ବାଲେଶ୍ୱର ଭଦ୍ରକ ଫାଇନାଲରେ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଟୁକୁଣା ବିବେକାନନ୍ଦ ଷ୍ଟାଡ଼ିୟମରେ ଟୁକୁଣା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଚାଲିଥିବା ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱତୀୟ ସେମିଫାଇନାଲ ମ୍ୟାଚରେ ଚରମ୍ପା ଏକାଡେମୀ ଭଦ୍ରକ ରାଇଜିଂ ଷ୍ଟୁଡେଣ୍ଟ କଟକକୁ ୬ଉଇକେଟରେ ହରାଇ ।ଇନାଲରେ ପ୍ରବେଶ କରିଛି । ଭଦ୍ରକ ଟସ ଜିତି କଟକ ରାଇଜିଂ ଷ୍ଟୁଡେଣ୍ଟକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ରାଇଜିଂ ଷ୍ଟୁଡେଣ୍ଟ କଟକ ନିର୍ଦ୍ଧାରିତ ୨୦ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୧୦୩ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ନିତିସ ସାମନ୍ତରାୟ ସର୍ବାଧିକ ୨୪ବଲରେ ୪୩ରନ ସଂଗ୍ରହ କରିଥିଲେ । ଭଦ୍ରକ ଚରମ୍ପା ଏକାଡେମୀର ନିହାର ରଞ୍ଜନ ଭୁୟାଁ ୩ଓଭରରେ ୬ରନ ଦେଇ ୩ଟି ଉଇକେଟ ଅକ୍ତିଆର କରିଥିଲେ । ୧୦୪ରନର ବିଜୟ ଲକ୍ଷନେଇ ଦ୍ୱିତୀୟରେ ପଡିଆକୁ ଓହ୍ଲାଇଥିବା ଚରମ୍ପା ଏକାଡେମୀ ଭଦ୍ରକ ୧୪.୩ଓଭରରେ ୪ଉଇକେଟ ହରାଇ ୧୦୪ରନ ସଂଗ୍ରହ କରିନେଇ ୬ଉଇକେଟରେ ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଜ୍ୟୋତିରଞ୍ଜନ ମହାରଣା ସର୍ବାଧିକ ୩୭ବଲରେ ୫୬ରନ ରନ ସଂଗ୍ରହ କରିଥିଲେ । ଲଲାଟ କେଶରୀ ନନ୍ଦ ଓ ପଦ୍ମନାଭ ସାମଲ ଆମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତିରଞ୍ଜନ ଜେନା, ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ସୁକାନ୍ତ କୁମାର ବେହେରା ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ସଭାପତି ସୁରେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଆମ୍ବୋ ପଞ୍ଚାୟତର ସରପଞ୍ଚ ରାମଚନ୍ଦ୍ର ଦାସ ଓ ସମଣା ପଞ୍ଚାୟତର ସରପଞ୍ଚ ପତିତ ପାବନ ନନ୍ଦ ଅତିଥି ଭାବେ ଯୋଗଦେଇ ଭଦ୍ରକ ଚରମ୍ପା ଏକାଡେମୀର ଜ୍ୟୋତିରଞ୍ଜନ ମହାରଣାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ଭଗବାନ ନାୟକ, ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ପ୍ରଦୀପ କୁମାର ସାହୁ, ଘନଶ୍ୟାମ ବେହେରା, ପୁର୍ଣ୍ଣଚନ୍ଦ୍ର ଶଙ୍ଖୁଆ, ସୁଧାଶୁଂ ବିଶ୍ୱାଳ, ନବଘନ ନାୟକ, ଅମରେଶ ଧଳ, ପ୍ରଶାନ୍ତ ଜେନା, ଲାଲୁ ପ୍ରସାଦ ଧଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ହଜାର ହଜାର ଦର୍ଶକ ଆଜିର ଖେଳକୁ ଉପଭୋଗ କରିଥିବାବେଳେ ଆସନ୍ତାକାଲି ଚରମ୍ପା ଏକାଡେମୀ ଭଦ୍ରକ ଓ ୟୁ.ଏଣ୍ଡ.ମି ବାଲେଶ୍ୱର ମଧ୍ୟରେ ଗ୍ରାଣ୍ଡ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।