ଫାଇନ ଅତ୍ୟଧିକ ଯୋଗୁଁ ଟ୍ରାକ୍ଟର ମାଲିକ ମାନେ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

ଫୁଲବାଣୀ, (ସୁନୀଲ କୁମାର ବେହେରା) :-ଆଜି ସମସ୍ତ ଟ୍ରାକ୍ଟର ମାଲିକ ମାନେ ମିଳିତ ହୋଇ ଅତ୍ୟଧିକ ପେନାଲ୍ଟି ଫୁଲବାଣୀ ତହସିଲଦାର ଆଦାୟ କରୁଥିବା ଅଭିଯୋଗ କରିବା ସହ ଏ ସଂକ୍ରାନ୍ତରେ ଏକ ଦାବିପତ୍ର କନ୍ଧମାଳ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପତ୍ର ରେ ଯାହା ଲିଖିତ ଅଛି ଯେ ଟ୍ରାକ୍ଟର ମାଲିକ ମାନେ ଦିର୍ଘଦିନ ହେବ ଫୁଲବାଣୀ ସହରର ସମସ୍ତ ସରକାରୀ ଓ ବେସରକାରୀ ନିର୍ମାଣ କାର୍ଯ୍ୟକୁ ଜିନିଷ ଯୋଗାଇ ଦେଇ ଆସୁଅଛନ୍ତି । ଉକ୍ତ ସାମଗ୍ରୀ ତଥା ବାଲି, ପଥର, ଗୁଡ଼ି, ମେଟାଲ ଗୁଡିକୁ ପରିବହନ କରିବା ସମୟରେ ତହସିଦାରଙ୍କ ଦ୍ବାରା ଆର୍ଥିକ ପ୍ରତାରଣା ହେଉଅଛି । ଆମ ସହରର ନିକଟବର୍ତୀରେ କୌଣସି ଲଘୁ ଖଣିଜ ଦ୍ରବ୍ୟର ଖାଦାନ ନାହିଁ । ତେଣୁ ତହସିଲଦାର ଦାବୀ କରୁଥିବା ଫାଇନ ଦେବା ପାଇଁ ଆମ୍ଭମାନଙ୍କ ପକ୍ଷେ ଦେବା ସମ୍ଭବପର ହେଉନାହିଁ । ପୂର୍ବରୁ ତହସିଲ୍‌ଦାର ଯେତିକି ପରିମାଣ ପେନାଲ୍‌ଟି ଆଦାୟ ପରାମର୍ଶ କ୍ରମେ ପ୍ରତ୍ୟେକ ମାସରେ ପ୍ରତି ଟ୍ରାକ୍ଟର ପିଛା ଟ.୫୧୦୫/- (ପାଞ୍ଚ ହଜାର ଏକ ଶହ ପାଞ୍ଚ ଟଙ୍କା) ପ୍ରଦାନ କରିଆସୁଛନ୍ତି। କିନ୍ତୁ ବର୍ତ୍ତମାନ କିଛିଦିନ ହେବ ତହସିଲ୍‌ଦାର ଟ.୧୦,୦୦୦/- (ଦଶ ହଜାର ଟଙ୍କା) ମାତ୍ର ପେନାଲ୍‌ଟି କାଟୁଛନ୍ତି । ଯାହା ଆମମାନଙ୍କର ଗାଡ଼ିର ଏକ ମାସର କିସ୍ତି ସହିତ ସମାନ ଅଟେ ବୋଲି ଦାବିପତ୍ର ରେ ଉଲ୍ହେଖ କରିଛନ୍ତି। ଯାହାକି ଆମ ସକ୍ଷମ ଠାରୁ ବହୁତ ଅଧିକ । ଏହାଦ୍ୱାରା ଆମ୍ଭେମାନେ ଆମର ପରିବାର ପ୍ରତିପୋଷଣ କରିବା ପାଇଁ ଅକ୍ଷମ ଅଟୁ । ଏଣୁ ଆପଣ ଉକ୍ତ ବିଷୟ ପ୍ରତି ଅନୁଧ୍ୟାନ କରି ଆମ୍ଭମାନଙ୍କର କିଛି ରାୟ ପ୍ରଦାନ କଲେ ଆମ୍ଭେ ସମସ୍ତଙ୍କୁ ସାମଗ୍ରୀ ଯୋଗାଇବା ସହ ପରିବାର ପ୍ରତିପୋଷଣ କରିବୁ ବୋଲି କହିଛନ୍ତି । ଯଦି ଆପଣ ଉକ୍ତ ବିଷୟ ପ୍ରତି ଦୃଷ୍ଟି ନ କରି ବିଚାର ନକଲେ ଆମ୍ଭେମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମ୍ପୂଣ୍ଡ ସରକାରୀ ଓ ବେସରକାରୀ କାର୍ଯ୍ୟକୁ ଜିନିଷ ଯୋଗାଇବା ବନ୍ଦ କରିବୁ ବୋଲି ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି । ଏହି ଘଟଣା କୁ ପ୍ରଶାସନ ଶୀଘ୍ର ସମାଧାନ କରାଯାଉ ବୋଲି କହୁଥିବା ଶୁଣିବାକୁ ମିଳୁଛି।ଶଙ୍କର ପାଣିଗ୍ରାହୀ, ଗଣେଶ ବେହେରା, ପ୍ରଦୀପ ଦିଗାଲ ଙ୍କ ସମେତ ସମସ୍ତ ଟ୍ରାକ୍ଟର ମାଲିକ ମାନେ ଯଦି ଶୀଘ୍ର ସାମାଧନ ନକଲେ ସମଗ୍ର ଜିଲ୍ଲାର କାର୍ଯ୍ୟ ବନ୍ଦ କରିବୁ ବୋଲି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ