ଫାଇଭ ଟି ସଚିବଙ୍କୁ ଭେଟିଲେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗତ ଏପ୍ରିଲ ୧୩ ତାରିଖ ଦିନ ପୋଲସରା ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା ଭୁବନେଶ୍ୱରରେ ଫାଇଭ ଟି ସଚିବ ଭି.କାର୍ତ୍ତିକେୟାନ ପାଣ୍ଡିଆନଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି। ଶ୍ରୀ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଗଞ୍ଜାମ ଜିଲ୍ଲା ଜନସାଧାରଣଙ୍କ ପ୍ରିୟଭାଜନ ହୋଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ବିଷ୍ଣୁ ଚରଣ ସେଠୀଙ୍କ ଡ଼ାକରାରେ ପୋଲସରା ଏନଏସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଉଭୟେ ଫାଇଭ ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଭେଟିଥିଲେ। ଶ୍ରୀ ପାଣ୍ଡିଆନଙ୍କ ସହ ଆଲୋଚନା ସମୟରେ ଉପାଧ୍ୟକ୍ଷ ଶ୍ରୀ ବେହେରା ପୋଲସରା ଏନଏସିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସହ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଅଭାବ ଅସୁବିଧା ବିଷୟ ଉଲ୍ଲେଖ କରିଥିଲେ। ଫାଇଭ ଟି ସଚିବ ଶ୍ରୀ ପାଣ୍ଡିଆନ ଉପାଧ୍ୟକ୍ଷ ସନ୍ତୋଷ ବେହେରାଙ୍କୁ ଜଣେ ଯୁବ ଲୋକ ପ୍ରତିନିଧି ଭାବେ ଏନଏସି ର ଉନ୍ନତି ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେବାସହ ପୋଲସରା ଏନଏସିର ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ବେହେରାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ପାଣ୍ଡିଆନଙ୍କ ସହ ସାକ୍ଷାତ କରି ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସହଯୋଗ ପ୍ରତିଶ୍ରୁତି ପାଇ ଉଭୟ ଅଧ୍ୟକ୍ଷା ଶ୍ରୀମତୀ ବେହେରା ଓ ଉପାଧ୍ୟକ୍ଷ ଶ୍ରୀ ବେହେରା ସନ୍ତୋଷ ପ୍ରକାଶ କରିବା ସହ ପୋଲସରା ଏନଏସି ର ଉନ୍ନତି ପାଇଁ ଆନ୍ତରିକ ଉଦ୍ୟମ କାରିବାକୁ ପ୍ରତିଜ୍ଞା ବଦ୍ଧ ବୋଲି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ