ଫାଇଲେରିଆ ନିରାକରଣ ଅଭିଯାନ ସଫଳ ନିମନ୍ତେ ବ୍ୟାପକ ପ୍ରସ୍ତୁତି 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ଅଞ୍ଚଳରେ ଫାଇଲେରିଆ ନିରାକରଣ ଅଭିଯାନ କୁ ସଫଳ କରାଯିବା ନିମନ୍ତେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଗୁରୁବାର ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ  ଫାଇଲେରିଆ ନିରାକରଣ ଅଭିଯାନ କୁ ସଫଳ କରାଯିବା ନିମନ୍ତେ  ଏକ ଆଲୋଚନା ସଭା  ଅନୁଷ୍ଠିତ ହୋଇଥିଲା । ଦିଗପହଣ୍ଡି ବ୍ଲକ ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଵାସ୍ଥ୍ୟ ସୁପରଭାଇଜର ଗଣେଶ ଭୂୟାଁଙ୍କ ସଂଯୋଜନାରେ ଆୟୋଜିତ ସଭା ରେ ସରପଞ୍ଚ ପ୍ରତିନିଧି ବି. କ୍ରିଷ୍ଣାରାଓ ସୁବୁଦ୍ଧି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।  ଆସନ୍ତା ଅଗଷ୍ଟ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନରେ ଆଶାକର୍ମୀ ଓ ତାଲିମ ପ୍ରାପ୍ତ ସ୍ବେଚ୍ଛାସେବୀ ମାନେ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ପ୍ରତ୍ୟେକ ଗ୍ରାମ ବୁଲି ବୁଲି ଲୋକଙ୍କୁ ଏହି ରୋଗ ସମ୍ବନ୍ଧରେ ଅବଗତ କରାଇବା ସହ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କିଭଳି ସଫଳ ହେବ   ସେ ନେଇ ସଭାରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିଏଚଓ ସୀତାମଣୀ ଭୂୟାଁ , ପ୍ରମୋଦିନୀ ସାହୁ , ସ୍ବାସ୍ଥ୍ୟକର୍ମୀ ଭାଗ୍ଯଲତା ଦୋରା , ମୀନତି ଗୈାଡ , ଭବାନୀ ମହାରଣା , ଶ୍ରୀମୁଖ ପ୍ରଧାନ ଙ୍କ ସମେତ ଆଶାକର୍ମୀ ଓ ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ