ଫାଇଲେରିଆ ବଟିକା ପ୍ରଦାନ କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଫାଇଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜିଠାରୁ ଫାଇଲେରିଆ ବଟିକା ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ସୁଦର୍ଶନ ସାହୁଙ୍କ ଉପସ୍ଥିତିରେ ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ଗ୍ରାମ ଠାରେ ମୁନିସିପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଫାଇଲେରିଆ ବଟିକା ପ୍ରଦାନ ର ଶୁଭାରମ୍ଭ କରାଯାଇଛି । ଗ୍ରାମର ଦୁଇ ବର୍ଷରୁ ଅଧିକ ବ୍ୟକ୍ତି ବିଶେଷ ମାନଙ୍କୁ ଫାଇଲେରିଆ ବଟିକା ଓ ଆଲବେଣ୍ଡାଜୋଲ ଦୁଇଟି ବଟିକା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ସୁପରଭାଇଜର ସୁଶାନ୍ତ ବାରିକ, ବିପିଏମ ସିମାଂଚଳ ପ୍ରଧାନ, ଏଏନଏମ କାମିନୀ ବେହେରାଙ୍କ ଗ୍ରାମର ବହୁ ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସମସ୍ତ ୱାର୍ଡ ମାନଙ୍କରେ ମଧ୍ୟ ଘରକୁ ଘର ବୁଲି ଫାଇଲେରିଆ ବଟିକା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବହୁମୁଖି ସ୍ୱାସ୍ଥ୍ୟ ସୁପରଭାଇଜର ଗୌରହରି ପଣ୍ଡା, ଆଶା କର୍ମୀ ପ୍ରମିଳା ତରାଇ, ଡି. ଯମୁନା ରାଣୀ, ଲକ୍ଷ୍ମୀ ସାହୁ, ପୂର୍ଣ୍ଣବାସୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।