ଫାଡମା ଟିମର ବଞ୍ଚୋ ପଞ୍ଚାୟତ ପରିଦର୍ଶନ
ହାଟଡ଼ିହି, (ବିକାଶ ବିଶ୍ୱାଳ):‘ଫାଡମା’ ଟିମର ଦୁଇଜଣିଆ ପ୍ରତିନିଧି ଦଳ ହାଟଡିହି ବ୍ଲକର ବଞ୍ଚୋ ପଞ୍ଚାୟତ ପରିଦର୍ଶନ କରିଛନ୍ତି । ଟିମ ସଦସ୍ୟା ସୁଚିସ୍ମିତା ମହାନ୍ତ ଓ ରଶ୍ମୀରେଖା ପ୍ରଧାନ ବଞ୍ଚୋ ପଞ୍ଚାୟତର ବଞ୍ଚୋ, ଶିବନାରାୟଣପୁର, ସିଙ୍ଗଡୋବ ପ୍ରଭୃତି ଗ୍ରାମ ପରିଦର୍ଶନ କରି ଓଡିଶା ସରକାରଙ୍କ ପ୍ରଚଳନ ହେଉଥିବା ବିଭିନ୍ନ ହେଯାଜନା ଗୁଡିକର ସମୀକ୍ଷା କରିଛନ୍ତି । ସେମାନେ ଆବାସ ଯୋଜନା ଓ ବିଜୁ ପକ୍କାଘର, କାଳିଆ ଯୋଜନା, ମିଶନଶକ୍ତି, ମନରେଗା ଯୋଜନା, ଉଠା ଜଳସେଚନ ପ୍ରକଳ୍ପ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ସାମାଜିକ ସୁରକ୍ଷା ଯୋଜନା ଭଳି ବିଭିନ୍ନ ଯୋଜନା ଗୁଡିକର କାର୍ଯ୍ୟକାରିତା ସମ୍ପର୍କରେ ଲୋକମାନଙ୍କୁ ଭେଟି ଯୋଜନା ଗୁଡିକର ସଫଳତା ସମ୍ପର୍କରେ ପଚାରି ବୁଝିଥିଲେ । ଲୋକମାନେ ସରକାରୀ ଯୋଜନାର ସହାୟତା ପାଇଛନ୍ତି କି ନାହିଁ ଓ ତାହାର କାର୍ଯ୍ୟକାରିତା କରୁଛନ୍ତି କି ନାହିଁ ସେ ସମ୍ପର୍କରେ ମଧ୍ୟ ପଚାରି ବୁଝି ସେମାନଙ୍କ ବୟାନକୁ ଲିପିବଦ୍ଧ କରିଥିଲେ । ତାଙ୍କ ସହିତ ସରପଞ୍ଚପ୍ରଶାନ୍ତ କୁମାର ରାଉତ, ପିଇଓ ଜିତେନ୍ଦ୍ର ଜେନା, ଜିଆରଏସ ସୌଭାଗିନୀ ରାୟସର୍ଦ୍ଦାର ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡିକୁ ବୁଲି ଦେଖାଇଥିଲେ ।


