ଫାଣ୍ଡି ନିକଟରୁ ଲୁଟିନେଲେ ସୁନା ଓ ରୁପା ଅଳଙ୍କାର
ହିଞ୍ଜିଳିକାଟୁ (ଶେଷଦେବ ସାହୁ): ହିଂଜିଳି ଥାନା ଅଂଚଳରେ ଦିନକୁ ଦିନ ଲୁଟେରାଙ୍କ ପାର୍ଦୁଭାବ ବଢିବାରେ ଲାଗିଛି । ଲୁଟେରା ମାନେ ପୋଲିସ ପ୍ରଶାସନକୁ ଖୋଲା ଚ୍ୟାଲେଂଜ କରି ଫାଣ୍ଡି ନିକଟସ୍ଥ ଏକ ଘରୁ କବାଟ ତାଡ଼ି ୩୦ ହଜାର ଟଙ୍କା ସମେତ ସୁନା ଓ ରୁପା ଅଳଙ୍କାର ଓ ଅନ୍ୟାନ ଆସବାବ ପତ୍ର ଲୁଟ କରି ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି । ଏଭଳି ଏକ ଘଟଣା ଗଂଜାମ ଜିଲ୍ଲା ହିଂଜିଳି ଥାନା ଆଡ଼ପଡ଼ା ଗ୍ରାମରେ ଘଟିଛି । ଗୁରୁବାର ରାତିରେ ଆଡ଼ପଡ଼ା ଗ୍ରାମର ଦୂର୍ଯ୍ୟଧନ ମହାଙ୍କୁଡ଼ଙ୍କ ସପରିବାର ଘରେ ତାଲା ପକାଇ ସମ୍ପର୍କୀୟଙ୍କ ଭୋଜିରେ ଯୋଗ ଦେବାକୁ ଯାଇଥିଲେ । ଶୁକ୍ରବାର ଭୋରରୁ ଘରକୁ ଫେରି ଦେଖିବା ବେଳକୁ ଘରର କବାଟ ଭଙ୍ଗା ଯାଇଥିବା ଏବଂ ଆଲମାରୀରୁ ନଗଦ ୩୦ ହଜାର ଟଙ୍କା ସମେତ ସୁନା, ରୁପା ଅଳଙ୍କାର ଓ ଅନ୍ୟାନ ଆସବାବ ପତ୍ର ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ଦୂର୍ଯ୍ୟଧନ ଶୁକ୍ରବାର ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ହିଂଜିଳି ଥାନା ନଂ-୬୫/୨୦ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଥାଉକି, ୨୫ ତାରିଖ ରାତିରେ ଆଡ଼ପଡ଼ା ଗ୍ରାମରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫ ଜଣ ଗୁରୁତର ଆହତ ହୋଇଥିଲେ । ଘଟଣା ପରଠାରୁ ଗ୍ରାମରେ ଉତେଜନା ମୂଳକ ପରିସ୍ଥିତ ଲାଗି ରହିଥିବାରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ସଂପୃକ୍ତ ଗ୍ରାମରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ରହିବା ସହ ଫାଣ୍ଡି ନିକଟସ୍ଥ ଘର ମଧ୍ୟରୁ ଲୁଟ ହୋଇଥିବା ବେଳେ ସ୍ଥାନୀୟ ପୁଲିସ କିପରି ସୁରାକ୍ ପାଇପାରିଲା ନାହିଁ, ତାହା ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି ।