ଫାନି ପ୍ରଭାବିତ ଗାଡି ପାଇଁ ମହିନ୍ଦ୍ରାର ଟାସ୍କଫୋର୍ସ ଗଠିତ

ଭୁବନେଶ୍ୱର, (ବ୍ୟୁରୋ): ମହିନ୍ଦ୍ରା ଗ୍ରୁପ୍ର ସଂସ୍ଥା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଲିମିଟେଡ୍ ଫନି ବାତ୍ୟା ଦ୍ୱାରା ପ୍ରଭାବିତ ଗାଡ଼ି ମାଲିକମାନଙ୍କୁ ସହାୟତା ପ୍ରଦାନ ପାଇଁ ଏକ “ରିଲିଫ୍ ଟାସ୍କ ଫୋର୍ସ’ ଗଠନ କରିଛନ୍ତି । ବାତ୍ୟା ଫନି ଦ୍ୱାରା ହୋଇଥିବା ଅପ୍ରତ୍ୟାଶିତ ବର୍ଷାରୁ ମହିନ୍ଦ୍ରା ଗ୍ରାହକଙ୍କୁ ଆବଶ୍ୟକ ନିସ୍ତାର ପାଇଁ ବାତ୍ୟା ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଏହି ଟିମ୍ ତୁରନ୍ତ ସହାୟତା ପ୍ରଦାନ କରିବ । ନିକଟସ୍ଥ ମହିନ୍ଦ୍ରା ସ୍ୱୀକୃତିପ୍ରାପ୍ତ ସର୍ଭିସ୍ ସେଣ୍ଟରରେ ନିଜ ଗାଡ଼ିର ସର୍ଭିସ୍ କରାଇବା ପାଇଁ ଏବଂ ଗାଡ଼ିକୁ ଟାଣି ଟାଣି ନେବା ଭଳି ସହାୟତା ନିମନ୍ତେ ବାତ୍ୟା ଦ୍ୱାରା ପ୍ରଭାବିତ ଅଞ୍ଚଳର ଗ୍ରାହକମାନେ ୧୮୦୦ ୨୦୯ ୬୦୦୬ ଜରୁରୀକାଳୀନ ସହାୟତା ନମ୍ବରରେ କଷ୍ଟମର କେୟାରକୁ କଲ୍ କରି ସହାୟତା ଲୋଡ଼ିପାରିବେ । ପୁନଶ୍ଚ, କମ୍ପାନୀ ତରଫରୁ ପ୍ରଭାବିତ ଗ୍ରାହକ ଓ ଗାଡ଼ିଗୁଡ଼ିକୁ ସହାୟତା ପ୍ରଦାନ ପାଇଁ ଏକ ଉତ୍ସର୍ଗୀକୃତ ଜରୁରୀକାଳୀନ ସଡ଼କ ସେବା ଟିମ୍ ଗଠନ କରାଯାଇଛି । ଅଧିକ ସହାୟତା ପାଇଁ ଫ୍ଲାଟ୍ବେଡ଼୍ ଟ୍ରକ୍ ଓ ଟୋଇଙ୍ଗ୍ ଟ୍ରକ୍ ନିୟୋଜିତ କରାଯାଇଛି । ଏହା ବ୍ୟତୀତ, ଶୀଘ୍ର ବୀମା ମଞ୍ଜୁରି ଏବଂ ଦାବି ସମାଧାନ ପାଇଁ ଏହି ଟାସ୍କ ଫୋର୍ସ ତରଫରୁ ମହିନ୍ଦ୍ରା ଇନସ୍ୟୁରାନ୍ସ ବ୍ରୋକର୍ସ ଲିମିଟେଡ (ଏମ୍ଆଇବିଏଲ୍) ସହିତ ସହଯୋଗିତା ସ୍ଥାପନ କରାଯାଇଛି ଯାହା ନିରବଚ୍ଛିନ୍ନ ଗ୍ରାହକ ଅନୁଭୂତିକୁ ନିଶ୍ଚିତ କରିବ । ବାତ୍ୟା ଦ୍ୱାରା ପ୍ରଭାବିତ ଗାଡ଼ିକୁ ଠିକ୍ କରିବା ଏବଂ ପାର୍ଟସ୍ ଉପରେ ମହିନ୍ଦ୍ରା ପକ୍ଷରୁ ରିହାତି ପ୍ରଦାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ