ମୋବାଇଲ ବ୍ୟବସାୟୀଙ୍କ ଆତ୍ମହତ୍ୟା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଆଖଣ୍ଡଳମଣି ସାହିର ଜଣେ ଯୁବକ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକଜଣକ ହେଲେ ବାବୁଲା ପାତ୍ର ଙ୍କ ପୁଅ ଜଗା ପାତ୍ର(୨୩) ସୋମବାର ରାତିରେ ସେ ନିଜ ଘରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଟିକାବାଲି ପୁଲିସ ଖବର ପାଇ ଥାନାଧିକାରୀ ରେବତି ସବର ଏବଂ ଅନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ଫୁଲବାଣୀ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି। ଏନେଇ ଟିକାବାଲି ପୁଲିସ ଏକ ଅପମୃତ୍ୟୁ ମାମଲା ୦୧/୨୧ରେ ରୁଜୁ କରି ତଦନ୍ତ କରୁଛି। ଏହି ମାମଲାର ତଦନ୍ତ ଅଧିକାରୀ ଏସ.ଆଇ ଅନିଲ କୁମାର ଦେବତା ରହିଥିବା ଏବଂ ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିବା ଥାନାଧିକାରୀ ରେବତି ସବର ସୂଚନା ଦେଇଛନ୍ତି। ସୂଚନା ଥାଉକି, ଉକ୍ତ ମୃତ ବ୍ୟକ୍ତି ଜଗା ପାତ୍ର ଟିକାବାଲି ବସଷ୍ଟାଣ୍ଡରେ ମୋବାଇଲ ଦୋକାନ କରିଥିଲେ। ତେଣୁ ଟିକାବାଲି ବଣିକ ସଂଘ ଦିନ ୧ଘଣ୍ଟା ଠାରୁ ଦୋକାନ ବଜାର ବନ୍ଦ କରିବା ସହ ନିରବ ପ୍ରାର୍ଥନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ