ଫାଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ଯୋଡ଼ା : ବାମେବାରୀ ଥାନା ଅନ୍ତର୍ଗତ ବସନ୍ତପୁର ପେଣ୍ଠେଇସାହି ଠାରେ ପରୀକ୍ଷ ପେଣ୍ଠେଇ ନାମକ ଯୁବକ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜରାପଡ଼ିଛି । ପୋଲିସ ସୂତରୁ ମିଳିଥିବା ସୂଚନା ଅନୁଯାୟୀ ପରୀକ୍ଷ ପେଣ୍ଠେଇ ଘର ନିକଟରେ ଥିବା ଏକ ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ବୁଧବାର ସକାଳ ସମୟରେ ଦେଖି ପୋଲିସକୁ ଖବର ଦେଇଥିଲେ ।ପୋଲିସ ଏକ ଅପମୃତ୍ୟୁ ମାମଲା ନଂ୮/୨୦୨୦ରୁଜୁ କରି ଶବ ବ୍ୟବଛେଦ ପାଇଁ ଡ଼ାକ୍ତରଖାନା ପଠାଇଥିବା ସୂଚନା ଦେଇଛି ।


