ଫାଶୀମାଲ ଆଞ୍ଚଳିକ କଲେଜ ର ନୂତନ କୋଠା ନିମ୍ନମାନର
ସମ୍ବଲପୁର, (ଲିପନ ନାଏକ):ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ଆଞ୍ଚଳିକ କଲେଜ ରେ କ୍ଲାସ ରୁମ ଅଭାବ ରୁ ଗତ ୨୦୨୨/୨୩ ରେ ୫ଟି ଅଧୀନରେ ଏକ କକ୍ଷ ନିର୍ମାଣ ପାଈଁ ମଞ୍ଜୁରୀ ହୋଇଥିଲା, ଗତ ତିନିମାସ ହେବ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହେବାରୁ କନିଷ୍ଠ ଯନ୍ତ୍ରୀ ଏବଂ ଉକ୍ତ କୋଠା କୁ ନିର୍ମାଣ କରିଥିବା ଠିକାଦାର କଲେଜ କତୃପକ୍ଷ ଙ୍କୁ ବ୍ୟବହାର ପାଈଁ ହସ୍ତାନ୍ତର କରିଥିଲେ ଫଳରେ କଲେଜ କତୃପକ୍ଷ ସେଇ କୋଠା କୁ ଅଫିସ ଭାବେ ବ୍ୟବହାର କରି ଆସୁଥିଲେ, ଆଜି ଦୁଇଜଣ ଅଧ୍ୟପକ ଙ୍କ ସହିତ ଜଣେ ଡି ଓ କାର୍ଯ୍ୟ କରୁଥିବା ସମୟରେ ହଟାତ ଛାତ ରୁ ପ୍ଳାଷ୍ଟର ଖସିଥିଲା, ଫଳରେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଜୟନାରାୟଣ ମେଣ୍ଡୁଳି ଙ୍କ ମୁଣ୍ଡରେ ଏବଂ ଆଉ ଜଣେ ଅଧ୍ୟାପକ ଙ୍କ ହାତରେ ଆଘାତ ଲାଗିଥିଲା, ଯଦି ଏହା ଛାତ୍ର ଛାତ୍ରୀ ଙ୍କ ପାଈଁ କ୍ଲାସ ରୁମ ଭାବେ ବ୍ୟବହାର କରାଯାଇଥାନ୍ତା ତାହେଲେ କୌଣସି ଛାତ୍ର ଛାତ୍ରୀ ଙ୍କ ଉପରେ ଏପରି ଘଟଣା ପାଈଁ କିଏ ଦାୟୀ ରହିଥାନ୍ତେ ବୋଲି ପ୍ରଶ୍ନ କରିଛନ୍ତି କଲେଜ ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ଦଳବେହେରା, ଏ ବିଷୟରେ ଶ୍ରୀମତୀ ଦଳବେହେରା ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଅଜିତ ବେହେରା ଙ୍କୁ ଯୋଗାଯୋଗ କରିବାରୁ ମୋର କିଛି ହେବନି ତମେ ବିଡ଼ିଓ, ଏମ ଏଲ ଏ, କିମ୍ବା ମନ୍ତ୍ରୀ ଙ୍କୁ ଜଣାନ୍ତୁ ବୋଲି ଉତ୍ତର ରଖିଥିବା ପ୍ରକାଶ କରିଛନ୍ତି ଶ୍ରୀମତୀ ଦଳବେହେରା, ବ୍ୟବହାର ହେବାର ମାତ୍ର ତିନିମାସ ଭିତରେ ଛାତ ରୁ ପ୍ଳାଷ୍ଟର ପଡିବା ଏବଂ କନିଷ୍ଠ ଯନ୍ତ୍ରୀ ଙ୍କ ବ୍ୟବହାର ରୁ ଏହା ସମ୍ପୃକ୍ତ ଯନ୍ତ୍ରୀ ଏବଂ ଠିକାଦାର ମିଶି ନିମ୍ନ ମାନ ର କାମ କରିଥିବା କଲେଜ କର୍ମଚାରୀ ପ୍ରକାଶ କରିଛନ୍ତି l