ଫାଷ୍ଟଫୁଡ଼ ମାଲିକଙ୍କୁ ମରଣାତ୍ମକ ଆକ୍ରମଣ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ନିକଟସ୍ଥ ନରସିଂହ ପଲ୍ଲୀ ଛକ ଠାରେ ଥିବା ନିଜର ଫାଷ୍ଟଫୁଡ଼ ଦୋକାନ ନିକଟରୁ ରକ୍ତାକ୍ତ ଅବସ୍ଥାରେ ମାଲିକ ଉଧାର ହୋଇଥିବା ଜଣାପଡିଛି । ଆହାତ ଯୁବକ ଜଣକ ହେଲେ ଚିରିକିପଡା ଶାସନ ଗ୍ରାମ ଗୌଡ ସାହିର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ( ୩୦)। ବିଦେଶି ମଦଦୋକାନ ପାଖରେ ଫାଷ୍ଟଫୁଡ୍ ଦୋକାନ ମାଲିକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଗତ ବୁଧବାର ରାତ୍ର ରେ ନିଜ ଦୋକାନରେ ବନ୍ଦ କରି ଯିବା ସମୟରେ କିଛି ଅଜଣା ଲୋକ ତାଙ୍କ ଦୋକାନ ପାଖକୁ ଯାଇ ଅଣ୍ଡା ମାଗିଥିଲେ । କିନ୍ତୁ ସମୟ ବହୁତ ହୋଇଥିବା ବେଳେ ସେ ଦୋକାନ ବନ୍ଦ କରି ଯାଉଥିବା ଯୋଗୁଁ ଦୋକାନରେ ଅଣ୍ଡା ନଥିବା କହି ମନା କରିଥିଲେ । ଯାହାଦ୍ୱାରା ଆସିଥିବା ଦୁର୍ବୁତ୍ତ ମାନେ ମାଲିକ ପୂର୍ଣ୍ଣଚନ୍ଦ୍ରଙ୍କୁ ମରଣାତ୍ମକ ଆକ୍ରମଣ କରି ଫାଷ୍ଟଫୁଡ ଦୋକାନ ପଛପଟେ ପକାଇବା ସହ ମୋବାଇଲ ଓ ଟଙ୍କା ନେଇ ଘଟଣା ସ୍ଥଳରୁ ଚାଲିଯାଇଥିଲେ । ଗୁରୁତର ଅବସ୍ଥାରେ ପୂର୍ଣ୍ଣଚନ୍ଦ୍ର ଙ୍କୁ ସ୍ଥାନୀୟ ଲୋକମାନେ ଚିକିତ୍ସା ପାଇଁ ପୋଲସରା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ପୂର୍ଣଚନ୍ଦ୍ର ପ୍ରଧାନ ଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସନ୍ଧ୍ୟାରେ ପରିବାର ଲୋକେ ପୋଲସରା ଥାନାରେ ଅଭିଯୋଗ କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବେଳେ ବିପଦ ମୁକ୍ତ ଥିବା ଜଣାପଡିଛି । ପୋଲସରା ପୋଲିସ ଅନୁସନ୍ଧାନ ଜାରି ରଖିଥିବା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ