ଫାସିପଡ଼ା ଗୁଣିଗାରେଡି ଘଟଣା ହାଇକୋର୍ଟଙ୍କ ନିର୍ଦ୍ଧେଶ ପରେ ପ୍ରଶାସନ ପକ୍ଷରୁ ବୈଠକ

କୋଦଳା, (ଗୁଲସନ କୁମାର କର):ବହୁ ଚର୍ଚ୍ଚିତ ଗଞ୍ଜାମ ଜିଲ୍ଲା ଦାନପୁର ପଞ୍ଚାୟତ ଫାସିପଡ଼ା ଗ୍ରାମରେ ହୋଇଥିବା ଗୁଣିଗାରେଡି ଘଟଣାର ଆଜି ଦାନପୁର ପଞ୍ଚାୟତ ସମିତି ଗୃହରେ ଏକ ପୋଲିସ ପ୍ରଶାସନ ତରଫରୁ ଆପୋଷ ସମାଧାନର ବୋୖଠକ ଅନୁଷ୍ଠିତ ହୋଇଥିଲା l ୨୦୧୨ ମସିହାରେ ଏକ ଗୁଣିଗାରେଡିକୁ ନେଇ ଗ୍ରାମରେ ଏକ ଭୟଙ୍କର ଉତେଜନା ସୃଷ୍ଟି ହୋଇଥିଲା ଯାହାଦ୍ୱାରା ପୋଲିସ ପକ୍ଷରୁ ଲାଠିଚାର୍ଜ ସହ ଗୁଳିକାଣ୍ଡ କରାଯାଇଥିଲା l ଏଥିରେ ପୋଲିସ ଗୁଳିରେ ଗ୍ରାମର ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ବରଣ ହୋଇଥିବା ବେଳେ କେତେକ ବ୍ୟକ୍ତି ଆହତ ହୋଇଥିଲେ l ଗ୍ରାମର ୪୦ ରୁ ୫୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା l ଏବଂ ରେଡ଼କ୍ରସ ଓ ପ୍ରଶାସନ ତରଫରୁ ମୃତ ବ୍ୟକ୍ତିଙ୍କୁ ଦୁଇ ଲକ୍ଷ କୋଡିଏ ହଜାର ଟଙ୍କା ପ୍ରଦାନ କରାଯାଇଥିଲା l ଯାହାଙ୍କୁ ନେଇ ଗ୍ରାମରେ ଉତେଜନା ସୃଷ୍ଟି ହୋଇଥିଲା ସେ ବ୍ୟକ୍ତି ଫାଶୀପଡ଼ା ଗ୍ରାମର ଭୀମ ନାହାକ l ସେ ହାଇକୋର୍ଟର ଆଶ୍ରୟ ନେଇଥିଲେ ଯାହାଫଳରେ ଦୀର୍ଘ ଆଠ ବର୍ଷ ବ୍ୟବଧାନରେ ହାଇକୋର୍ଟଙ୍କ ନୋଟିସ ପରେ ଗଞ୍ଜାମ ଏସିପିଙ୍କ ନିର୍ଦ୍ଧେଶ କ୍ରମେ ଆଜି ଦିବା ୧୧.୦୦ ଘଣ୍ଟ ସମୟରେ ଦାନପୁର ପଞ୍ଚାୟତ ସମିତି ପରିସରରେ ଏକ ସମାଧାନର ବୋୖଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଛତ୍ରପୁର ଡ଼ିଏସିପି ଉତ୍ତମ କିଶୋର ଦାସ, ପୁରୁଷୋତ୍ତମପୁର ଏସଡ଼ିପିଓ ସୀମା ସ୍ୱାଇଁ, କୋଦଳା ଆଇଆଇସି ଦେବାଶିଷ ମହାନ୍ତି, ଖଲ୍ଲିକୋଟ ଆଇଆଇସି ସତ୍ୟ ନାରାୟଣ ପ୍ରଧାନ ଓ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଏଥିରେ ଉପସ୍ଥିତ ଥିଲେ l ଦାନପୁର ସରପଞ୍ଚ ଓ ଗ୍ରାମର ବ୍ୟକ୍ତି ବିଶେଷ ଏହି ବୋୖଠକରେ ଯୋଗ ଦେଇଥିଲେ l ଘଟଣା ଦିନ ଠାରୁ ଭୀମ ନାହାକ ଅନ୍ୟତ୍ର ରହୁଥିବା ବେଳେ ନିଜ ଗ୍ରାମକୁ ଫେରିବା ପାଇଁ ଏହି ବୋୖଠକ ଅନୁଷ୍ଠିତ ହୋଇଥିଲା l ଗ୍ରାମବାସୀ ଓ ଅଭିଯୋଗକାରୀଙ୍କ ଅଭିଯୋଗ ପୋଲିସ ପ୍ରଶାସନ ନଜରକୁ ନେଇଥିଲେ l ଏହି ବୋୖଠକରେ ଉଭୟ ପକ୍ଷକୁ ପୋଲିସ ବୁଝାସୁଝା କରିଥିଲେ l ଅପରପକ୍ଷଙ୍କ ଅଭିଯୋଗ କ୍ରମେ ଯାହା ସବୁ କେସ ହୋଇଛି ସେ ସବୁକୁ ପ୍ରତ୍ୟାହାର କରିବେ, ନିରୀହ ବ୍ୟକ୍ତିଙ୍କ ଯାହା ସବୁ କ୍ଷତି ହୋଇଛି ତାହା ପୂରଣ ହେବ ଓ ଗ୍ରାମରେ ଶାନ୍ତି ବଜାୟ ରଖି ରହିବାକୁ ହେବ ତାହାହେଲେ ଆମେ ସନ୍ତୁଷ୍ଟ ଭାବରେ ସମାଧାନକୁ ଗ୍ରହଣ କରିବୁ l ସମସ୍ତ ଅଭିଯୋଗ ବିଷୟକୁ ପୋଲିସ ଆଖି ଆଗରେ ରଖି ପରବର୍ତ୍ତୀ ଦିନରେ ପୁଣି ଏହାର ପୁନରାବୃତ୍ତି ବୋୖଠକ ହେବ ବୋଲି ଡ଼ିଏସିପି ସୂଚନା ଦେଇଛନ୍ତି l ଅଭିଯୋଗକାରୀଙ୍କ ସବୁ କଥାକୁ ପୋଲିସ ନିଜ ଡ଼ାଏରିରେ ଲିଖିତ ରୂପେ ରଖିଥିଲେ l ସାମାଜିକ ଦୂରତା ରଖିବା ସହ ଶାନ୍ତି ଶୃଙ୍ଖଳାରେ ବୋୖଠକ ସମାପ୍ତ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ