ଫାସୁଳା ରେ ଆଇନ ସଚେତନତା ଶିବିର

ଖଲ୍ଲିକୋଟ : ଖଲ୍ଲିକୋଟ ଏନ .ଏ.ସି.ଅନ୍ତର୍ଗତ ଫ|ସୁଳା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଖଲ୍ଲିକୋଟ ତାଲୁକା ଆଇନ ସହାୟତା ଶିବିର ତରଫରୁ ଏକ ଆଇନ ସଚେତନତା ଶିବିର ବରିଷ୍ଠ ଶିକ୍ଷକ ପୁର୍ଣ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି | ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବ ଜର୍ଜ ମାନ୍ୟବର ପ୍ରଶାନ୍ତ କୁମାର ବେହେରା ପ୍ରଚଳିତ ଆଇନ ର ସାମାଜିକ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ଆଲୋକପାତ କରିଥିଲେ | ମୁଖ୍ୟବକ୍ତା ଭାବେ ଯୋଗଦେଇ ଖଲ୍ଲିକୋଟ ଜେ.ଏମ.ଏଫ.ସି. ମାନ୍ୟବର ଜନ୍ମେଜୟ ପଲେଇ ଶିଶୁ ସୁରକ୍ଷା ,ମହିଳା ସୁରକ୍ଷା,ଓ ମାନବିକ ଅଧିକାର ସୁରକ୍ଷା ଆଇନ ସମ୍ପର୍କରେ ସୂଚନା ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଡ଼.ଦ୍ୱାରିକ|ନାଥ ମହାରଣା ଶିବିର ର ସଂଯୋଜନା କରିଥିବାବେଳେ ଶ୍ୟାମସୁନ୍ଦର ଗୋଛି,ପ୍ରଧାନଶିକ୍ଷୟିତ୍ରୀ ମମତା ରାଣୀ ଜେନା,ବିଦ୍ୟୁତପ୍ରଭା ଦାସ,  ସି. ଆର. ସି. ସି. ହେମନ୍ତ କୁମାର ବେହେରା,ବଟକୃଷ୍ଣ ଗୌଡ଼,ଦଣ୍ଡପାଣି ଗୌଡ଼ ଓ ବରିଷ୍ଠ ଆଇନଜୀବୀ,ତଥା ନୋଟାରି ବିନାୟକ ସାହୁ,ଖଲ୍ଲିକୋଟ ବାର ର ସେମିନାର ସେକ୍ରେଟାରୀ ସନ୍ତୋଷ କୁମାର ମିଶ୍ର,ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ଏ ଅବସରରେ ଅବଦୁଲ କାଲାମ ଶିକ୍ଷକ କଲ୍ୟାଣ ପରିଷଦ ର ସଭାପତି ପୁର୍ଣ ଚନ୍ଦ୍ର ବେହେରାଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ