ଫାୟାର ସର୍ଭିସରେ ହୋମଗାର୍ଡମାନଙ୍କ ପାଇଁ ୧୦ପ୍ରତିଶତ ସଂରକ୍ଷଣ

ଭୁୁବନେଶ୍ୱର, (ୱାଇଏନ୍‌ଏସ୍‌): ଓଡିଶା ଅଗ୍ନିଶମ ସେବା ସି ବର୍ଗ ଅଧିକାରୀ ମାନଙ୍କ ନିଯୁକ୍ତି ଓ ଚାକିରୀ ସର୍ତାବଳୀ -୨୦୨୧ ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଦିଆ ଯାଇଛି । ଆଗ୍ନିକ ପଦବୀ ପାଇଁ ସିଧାସଳଖ ନିଯୁକ୍ତି ପ୍ରକ୍ରିୟାରେ ୧୦୦ ନମ୍ବର ଲିଖିତ ପରୀକ୍ଷା, ଶାରୀରିକ ମାପ ଓ ଦକ୍ଷତାର ପରୀକ୍ଷା କରାଯାଇଥାଏ । ସେହି ବର୍ଗରେ ନିଯୁକ୍ତି ନିମନ୍ତେ ଶିକ୍ଷାଗତ ଯୋଗ୍ୟ ଯୁକ୍ତ ଦୁଇ ଅବା ତଦୁର୍ଦ୍ଧ୍ୱ ହୋଇଥିବାବେଳେ ହୋମଗାର୍ଡମାନଙ୍କ ପାଇଁ ୧୦ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ । ସହାୟକ ଆଗ୍ନିକ ପଦବୀକୁ ଇଚ୍ଛୁକ ଆଗ୍ନିକ ଓ ଆଗ୍ନିକ(ଡ୍ରାଇଭର)ଙ୍କ ମଧ୍ୟରୁ ଚୟନ କରାଯିବ । ସମ୍ବଲପୁରସ୍ଥିତ ଆଇଆଇଏମକୁ ତା’ର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ନିମନ୍ତେ ଆଉ ୧୮.୨୩ଏକର ଜମି ମାଗଣା ପ୍ରମିୟମରେ ଦେବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହାର ପ୍ରିିମିୟମ ବାବଦରେ ୪.୨୧କୋଟି ଟଙ୍କା ଛାଡ଼ କରାଯାଇଛି । ପୂର୍ବରୁ ଏହି ଆଇଆଇଏମକୁ ୧୮୧ଏକର ଜମି ସରକାର ଦେଇଥିଲେ । ଏବେ ମୋଟ ୨୦୦ଏକର ଜମିରେ ଆଇଆଇଏମ୍ ନିଜର ସ୍ଥାୟୀ କ୍ୟାମ୍ପସ କରିବ । ଏହାସହିତ ଆଇଆଇଏମ୍ ଏହି ଜମି ପାଇଁ ବାର୍ଷିକ ଭଡ଼ା ଓ ସେସ୍ ବାବଦରେ ୧୦୦ଟଙ୍କା ଓ ୭୫ଟଙ୍କା ଦେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ