ଫିଏଫଟି ସକାଶେ ଭିତ୍ତି ପ୍ରସ୍ତର ସ୍ଥାପନ
ଛତ୍ରପୁର, ,(ଯୁଗାବ୍ଦ ନ୍ୟୁଜ୍): : ଆଇଆରଇ କଂପାନୀ ଓ ଗୋପାଳପୁର ବନ୍ଦର ପରିସର ମଧ୍ୟରେ ଥିବା ରେଳପଥ ଚଳାଚଳ ନିମନ୍ତେ ପିଏଫଟି ସକାଶେ ଆଇଆରଇ କଂପାନୀ ଏବଂ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲ।। ଉକ୍ତ ପିଏଫଟି ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ଭାବାଆଟୋମିକ୍ ରିସର୍ଚ୍ଚ ସେଣ୍ଟର ମୁମ୍ବାଇର ନିର୍ଦ୍ଦେଶକ ଡ.ଅଜିତ୍ କୁମାର ମହାନ୍ତି , ଆଇଆରଇ କଂପାନୀ ସିଏମଡି ଦିପେନ୍ଦ୍ର ସିଂ ,ବୈଷୟିକ ନିର୍ଦ୍ଦେଶକ ଅରୁଣ କୁମାର ମହାପାତ୍ର ଏବଂ ସିଜିଏମ୍ ଏବଂ ପ୍ରଧାନ ଓସକୋମ୍ ଏ.ଜେ.ଜନାଥନନ୍ ଉପସ୍ଥିତ ରହି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହାର ନିର୍ମାଣ ହେବା ଦ୍ୱାରା ସାମଗ୍ରୀ ସହଜରେ ଦେଶ ବିଦେଶକୁ ଆମଦାନୀ ଏବଂ ରପ୍ତାନୀ କରିବାରେ ସୁବିଧା ହେବ ।