‘ଫିଟ ଇଣ୍ଡିଆ ମୁଭମେଣ୍ଟ’ ଆରମ୍ଭ କଲେ ମୋଦୀ

ଆଜି ହେଉଛି ବିଶ୍ୱ କ୍ରୀଡା ଦିବସ , ହକି ର ଯାଦୁଗର ଭାବେ ପରିଚିତ ଭାରତୀୟ ହକି ଖେଳାଳୀ ମେଜର୍ ଧ୍ୟାନ ଚାନ୍ଦ ଙ୍କ ଜନ୍ମଦିନ ତଥା ଅଗଷ୍ଟ ୨୯ ତାରିଖକୁ ପ୍ରତିବର୍ଷ ଜାତୀୟ କ୍ରୀଡା ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମ୍ ରେ’ଫିଟ୍ ଇଣ୍ଡିଆ ମୁଭମେଣ୍ଟ ‘ ଆରମ୍ଭ କରିଛନ୍ତି। କାର୍ଯ୍ୟକ୍ରମ ସ୍ଥଳରେ ତାଙ୍କ ସହ ଉପସ୍ଥିତ ଥିଲେ କ୍ରୀଡ଼ାମନ୍ତ୍ରୀ କିରେଣ ରିଜିଜୁ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ସମ୍ଭାଷଣ ଦେଇ କହିଲେ, ଫିଟନେସ ସହ କ୍ରୀଡ଼ାର ପ୍ରତ୍ୟକ୍ଷ ସମ୍ପର୍କ ରହିଛି। କିନ୍ତୁ ଆଜିର ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ ‘ ତା ‘ଠାରୁ ଅଧିକ। ଫିଟନେସ କେବଳ ମାତ୍ର କ୍ରୀଡ଼ା ନୁହେଁ, ଆମ ଜୀବନର ପ୍ରମୁଖ ଅଂଶ।ଏହି ଅଭିଯାନକୁ ସମର୍ଥନ କରୁଥିବା ବିଶ୍ୱ ବ୍ୟାଡ୍ମିଣ୍ଟନ୍ ଚାମ୍ପିଅନ୍ ପିଭି ସିନ୍ଧୁ, ଧାବିକା ହିମା ଦାସ, ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ୍ଙ୍କ ଭଳି କେତେ ଜଣ କ୍ରୀଡ଼ା ତାରକା ସେଠାରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ