ଫିନିକ୍ସ ସେବା ଅନୁଷ୍ଠାନର ସପ୍ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଫିନିକ୍ସ ସେବା ଅନୁଷ୍ଠାନର ସପ୍ତମ ବର୍ଷିକ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟସ୍ତରରେ ବିଭିନ୍ନ ବିଦ୍ୟାଳୟ ମାନଙ୍କ ମଧ୍ୟରେ ‘ଆଜାଦିକା ଅମୃତ ମହୋତ୍ସବ’ ବିଷୟବସ୍ତୁ ଉପରେ ବକ୍ତୃତା, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ଶୁଦ୍ଧ ଲିଖନ, ଶୁଦ୍ଧ ଗଠନ ଇତ୍ୟାଦି ପ୍ରତିଯୋଗିତା କରାଯାଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ମୁଖ୍ୟ ବକ୍ତା ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ବିଶିଷ୍ଟ ଅତିଥି ରାଜ୍ୟସଭା ସଦସ୍ୟ ଶ୍ରୀମତୀ ସୁଲତା ଦେଓ, ସାମ୍ମାନିତ ଅତିଥି ଶ୍ରୀଯୁକ୍ତ ଚନ୍ଦନ କର, ଶ୍ରୀମତୀ ନିବେଦିତା ଭଞ୍ଜ, ଶ୍ରୀମତୀ ଅନିନ୍ଦିତା ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚ୍ୟ ସାହିତ୍ୟ ଓ ସେବା ଉପରେ କହିଛନ୍ତି ଯେ, ସାହିତ୍ୟ କଣ ଶିକ୍ଷା ଦିଏ ଏବଂ ସକରାତ୍ମକ ଧାରା ସହ ନିସ୍ୱାର୍ଥ ଭାବରେ ସ୍ୱାର୍ଥକୁ ତ୍ୟାଗ କରି ଗଣସ୍ୱାର୍ଥ ନିମନ୍ତେ ସେବାର ଆବଶ୍ୟକତା ରହିଛି । ଏଥିସହ ସମାଜସେବୀ ଡା. ଇନାକଶି ସ୍ୱାଇଁ, ସୁମନ ପାଢୀ, ଦୀନବନ୍ଧୁ ଭୋଇ, ବିକ୍ରମ ଜେନା, ମଧୁଲିତା ରାୟ, ସୁଦିପ୍ତା ସାହୁ, ତପସ୍ୱିନୀ ଦାସ, ଗଗନ ବିହାରୀ ପଇଟାଳ, ଶିବ ସ୍ୱାଇଁ, ଡା. ପ୍ରୀତମ ବାଗ ଏବଂ ବିଭନ୍ନ ସାମାଜିକ ଅନୁଷ୍ଠାନ ଯଥା ୟୋରସ୍ ହୋପ ଫାଉଣ୍ଡେସନ, ଭରସା ଫାଉଣ୍ଡେସନ, ସିଲ୍‌ଭର ସିଟି ହେଲ୍ପରସ୍‌, ଜୀବନ ସେବା, ସାଇନ୍ ଅପ୍ ସନ୍ଧ୍ୟା ଫାଉଣ୍ଡେସନ, ହେଲ୍ପ ଇଣ୍ଡିଆ ପ୍ରମୁଖ ସଂଗଠନକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ମଞ୍ଚ ପରିଚାଳନା କରିଥିଲେ ସୁରଜିତ ପଣ୍ଡା ଏବଂ ଅଧ୍ୟକ୍ଷ ମଲିକ୍ ଅୱେସ ବାର୍ଷିକ ବିବରଣୀ ପାଠ କରିବା ସହ ସୁଶ୍ରୀ ଏଲିନା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସଭାପତି ତାପସ ପଣ୍ଡାଙ୍କ ଅନୁମତି କ୍ରମେ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତ୍ରିନାଥ ବିଶୋଇ, ପ୍ରୀତିପ୍ରଜ୍ଞା, ତଟିନୀ, ରୋମିଓଜିତ, ଲୋକନାଥ, ବିନୋଦ, ହରି, ସୁମିତ, ହରିସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ