ଫିରିଙ୍ଗିଆଠାରେ କଂଗ୍ରେସର ବ୍ଲକ ସଭାପତି ଚୟନ ବୈଠକ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତ ଅନ୍ତର୍ଗତ ବରେବାଟା ଠାରେ ଫିରିଙ୍ଗିଆ ବ୍ଲକ କଂଗ୍ରେସ କମଟିର ସଭାପତି ଚୟନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଫିରିଙ୍ଗିଆ ବ୍ଲକ ଯୁବ କଂଗ୍ରେସ ସଭାପତି ଗୋକୁଳ କହଁରଙ୍କ ଅଧକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମାଧ୍ୟରେ ପୂର୍ବତନ ବ୍ଲକ କାର୍ଯ୍ୟକାରୀ ସଭାପତି ନୈରୁତ ଦିଗାଳ, ପଞ୍ଚାନନ କହଁର, ବରିଷ୍ଠ କଂଗ୍ରେସ ନେତା ଚକ୍ରଧର ଦିଗାଳ, କୃଷ୍ଣ ଚନ୍ଦ୍ର ଦିଗାଳଙ୍କ ସହ ବହୁ କଂଗ୍ରେସ ନେତା ଓ କର୍ମି ମାନେ ଯୋଗ ଦେଇଥିଲେ। ଅନୁଷ୍ଠିତ ବୈଠକରେ ସର୍ବସମ୍ମତି କ୍ରମେ ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ପଞ୍ଚାୟତ ଅଞ୍ଚଳର କଂଗ୍ରେସ ନେତା ତାଳେଶ୍ୱର କହଁରଙ୍କୁ ଫିରିଙ୍ଗିଆ ବ୍ଲକକଂଗ୍ରେସ କମିଟି ସଭାପତି ଭାବରେ ଚୟନ କରାଯାଇଥିଲ।। ଶ୍ରୀ କହଁର ପୂର୍ବରୁ ଜିଲ୍ଲା ତଥା ଫିରିଙ୍ଗିଆ ବ୍ଲକ କଂଗ୍ରେସ କମିଟିର ବହୁ ପଦପଦବି ରେ ରହି ଆସିଛନ୍ତି। ତାଙ୍କର ସାଂଙ୍ଗଠନିକ ଦକ୍ଷତା ପାଇଁ ତାଙ୍କୁ ଏହି ପଦବି ଦିଆଯାଇଛି ବୋଲି ଜିଲ୍ଲା ସଭାପତି ଅନାମ ନାଏକ କହିଛନ୍ତି। ସଭାପତି ଭାବରେ ଚୟନ ପରେ ଫିରିଙ୍ଗିଆ ବ୍ଲକରେ ସଙ୍ଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରାଯିବ ବୋଲି ନବନିଯୁକ୍ତ ସଭାପତି ତାଳେଶ୍ୱର କହଁର ତାଙ୍କ ବକ୍ତବ୍ୟ ରଖିଥିଲେ।


