ଫିରିଙ୍ଗିଆରେ ପାଗଳ କୁକୁର ଆତଙ୍କ, ୧୦ରୁ ଉର୍ଦ୍ଧ୍ଵ ଆହତ,

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ପାଗଳ କୁକୁର ଆତଙ୍କ । କୁକୁର କାମୁଡାରେ ୧୦ରୁ ଉର୍ଦ୍ଧ୍ଵ ଲୋକ ଗୁରୁତର ଆହତ ହୋଇଛନ୍ତି। ଏବେ ସୁଦ୍ଧା ପାଗଳ କୁକୁରକୁ କାବୁ କରାଯାଇ ନାହିଁ। ଫଳରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ସୂଚନା ଅନୁସାରେ, ଶୁକ୍ରବାର ସକାଳେ ଫିରିଙ୍ଗିଆ ବଜାରରେ ବୁଲୁଥିବା ଏକ ପାଗଳ କୁକୁର ଖଜୁରୀପଡାର ଜଣେ ବ୍ୟକ୍ତିଙ୍କୁ କାମୁଡିଥିଲା । ପରେ ବଜାର ମଧ୍ୟରେ ଯାହାକୁ ପାଇଲା ତାକୁ ଗୋଡ଼ାଇ ଗୋଡ଼ାଇ କାମୁଡିଥିବା ଦେଖିବାକୁ ମିଳିଛି। ଏମିତିକି ଟ୍ୟୁସନ୍ ଯାଉଥିବା ଏକ ଛୋଟ ଝିଅ ମଧ୍ୟ ଏହି କୁକୁର କାମୁଡାରେ ଆହତ ହୋଇଛି । ସମସ୍ତ ଆହତଙ୍କୁ ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଅନ୍ୟପଟେ ସେହି ପାଗଳ କୁକୁର ପରିଙ୍ଗିଆ ପଟୁ ଆସୁଥିବା ବେଳେ ପରିଙ୍ଗିଆର ଜଣକୁ ଓ ମାସରୀପଡ଼ାର ଅନିରୁଦ୍ଧ ନାୟକଙ୍କୁ କାମୁଡି ଥିଲା । ଫିରିଙ୍ଗିଆ ଆଡକୁ ଆସି ରାସ୍ତାରେ ଯାଉଥିବା କିଛି ଲୋକଙ୍କୁ ମଧ୍ୟ କାମୁଡିଥିବା ସୂଚନା ମିଳିଛି l ସକାଳୁ ମାଝୀପଡ଼ା ଗାଁର ଜଣେ ବ୍ୟକ୍ତି ବି ଏହି ପାଗଳ କୁକୁର ଆକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି l ଏହାକୁ ନେଇ ଫିରିଙ୍ଗିଆ ଅଞ୍ଚଳରେ ଭୟ ଓ ଆତଙ୍କ ଦେଖାଦେଇଛି l ବର୍ତ୍ତମାନ ସୁଦ୍ଧା କୁକୁରକୁ କାବୁ କରାଯାଇ ପାରିନାହିଁ । ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ସର୍ବସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ