ଫିରିଙ୍ଗିଆ କଲେଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି । ଏକ ଅଜଣା ଗାଡ଼ି ଧକ୍କାରେ ୨ ବନ୍ଧୁଙ୍କର ମୃତ୍ୟୁ ହୋଇଛି। ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଉଭୟ ବାଇକ୍ ଆରୋହିଙ୍କ ମୃତ୍ୟୁ ହେବା ଘଟଣା ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି। ଦୁର୍ଘଟଣାରେ ଉଭୟ ମୃତ୍ୟୁବରଣ କରିବା ସହିତ ବାଇକ୍ ଟି ମଧ୍ୟ ସଂପୂର୍ଣ୍ଣଭାବେ ଭାଙ୍ଗିଯାଇଥିବାର ଦେଖାଯାଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁରେ ଉଭୟ ଫିରିଙ୍ଗିଆ ଓ ଖଜୁରିପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମିଳିଥିବା ଖବର ପ୍ରକାରେ , ଫିରିଙ୍ଗିଆ ପଟୁ ବାଲିଗୁଡାକୁ ଯାଉଥିବା ଏକ ଧଳାରଙ୍ଗର ଏକ କାର ବାଲିଗୁଡା ପଟୁ ଫିରିଙ୍ଗିଆ ପଟକୁ ଆସୁଥିବା ଏହି ବାଇକକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲ।। ଫଳରେ ଘଟଣାସ୍ଥଳରେ ହିଁ ଜଣେ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ବାଇକ ଆରୋହି ଗୁରୁତର ଆହତ ହୋଇଛନ୍ତି। ଖବରପାଇ ଫିରିଙ୍ଗିଆ ଟିମ ହ୍ୟୁମାନିଟି କନ୍ଧମାଳର ସଦସ୍ୟ ସଞ୍ଜୟ କୁମାର ଦିଗାଳ ଏବଂ ଅଜିତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିବା ସହିତ ଏ ସଂପର୍କରେ ଦମକଳ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଓ ମୃତବ୍ୟକ୍ତିଙ୍କୁ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ଯୁବକ ହେଲେ ଖଜୁରିପଡା ବ୍ଲକ ଅନ୍ତର୍ଗତ ଟିଟ୍ରାପଙ୍ଗା ପଂଚାୟତ ଗୁଣ୍ଡିବାଡି ଗ୍ରାମର କ୍ଷେତ୍ରବାସୀ ଦିଗାଳ ବୋଲି ଜଣାପଡିଥିବା ବେଳେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ସେହି ଖଜୁରିପଡା ବ୍ଲକ ଦଳପଡା ପଂଚାୟତ ହରିଜନ ସାହିର ମଧୁସୁଦନ ବେହେରା ବୋଲି ଜଣାପଡିଛି। ତେବେ ଗୁରୁତର ବ୍ୟକ୍ତିକୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ଏଠାରେ ତାହାର ମୃତ୍ୟୁ ଘଟିଥିବାର ଜଣାଯାଇଛି। ଉଭୟ କୌଣସି ଏକ ଘରୋଇ କାମ ପାଇଁ ଫିରିଙ୍ଗିଆ ବ୍ଲକ ରତଙ୍ଗ ଗ୍ରାମରୁ ତାଙ୍କର ଏକ ସମ୍ପର୍କିୟ ଘରୁ ନିଜଗ୍ରାମକୁ ଫେରୁଥବା ସମୟରେ ଏହି ଦୁର୍ଘଟଣା ଘଟିଥିବା ତଦନ୍ତରୁ ଜଣାପଡିଛି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣା ଘଟାଇ ଫେରାର ଥିବା କାରଟିର କୌଣସି ଖୋଜ ଖବର ମିଳିପାରିନଥିବା ବେଳେ ଫିରିଙ୍ଗିଆ ପୁଲିସ୍ ଏନେଇ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଫିରିଙ୍ଗିଆ ମହାବିଦ୍ୟାଳୟରେ ସିସିଟିଭି କ୍ୟାମେରା ଲାଗିଥିଲେ ମଧ୍ୟ ତାହା ବାହାରେ ଲାଗିନାହିଁ। ତେଣୁ ଏହା ତୁରନ୍ତ ଜଣାପଡ଼ିବ ନାହିଁ ବୋଲି ମଧ୍ୟ ପୁଲିସ୍ ପ୍ରକାଶ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ