ଫିରିଙ୍ଗିଆ ବିଡିଓଙ୍କ ସ୍ତ୍ରୀ କଲେ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ, ପୁଲିସ ତଦନ୍ତ ଜାରି
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଅନ୍ତର୍ଗତ ଫିରିଙ୍ଗିଆ ବ୍ଲକ୍ର ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତଙ୍କ ସ୍ତ୍ରୀ ରଶ୍ମିତା ସାମଲ ଆତ୍ମହତ୍ୟା କରିଛନ୍ତି । ବୁଧବାର ରାତିରେ ରଶ୍ମିତା ସାମଲ ଶୋଇବା ଘରେ ଆତ୍ମ ହତ୍ୟା କରିଛନ୍ତି । ଶୋଇବା ଘରେ ଫ୍ୟାନ୍ ପାଇଁ ଲାଗିଥିବା ଲୁହା ରେଲିଂରେ ନିଜ ଓଢଣୀରେ ବାନ୍ଧି ହୋଇ ଆତ୍ମହତ୍ୟା କରିଥିବା କୁହାଯାଇଛି। ସୂଚନା ପାଇ ଘଟଣା ସ୍ଥଳରେ ଫିରିଙ୍ଗିଆ ପୋଲିସ ପହଞ୍ଚିଥିଲା । ରଶ୍ମିତା ସାମଲଙ୍କ ମୃତଦେହକୁ ଜବତ ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ବ୍ୟବଚ୍ଛେଦ ପାଇଁ ପଠାଇଥିଲ। ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡ଼ିନଥିବାବେଳେ ଏହି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।