ଫିରିଙ୍ଗିଆ ବ୍ଲକ ୧୦ ଦିନ ପାଇଁ ସଟଡାଉନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତ ମଣିପଦର ଓ ବାଲକିଟାଡ଼ି ଗାଁ ସହ ଅନ୍ୟକିଛି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ବୋଫରଜୋନ ଭାବେ ଘୋଷଣା କରିଥିବା ବେଳେ ଆଗାମୀ ୨୩ ତାରିଖ ଠାରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ଫିରିଙ୍ଗିଆ ସହର ତଥା ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ ସଟଡାଉନ କରିବା ପାଇଁ ବ୍ଲକ ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତଙ୍କ ଅଧ୍ୟକ୍ଷତାରେ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟାଧିକାରୀ ଡାକ୍ତର ଜେସାଇ ରଜତ ରଶ୍ମୀ, ଫିରିଙ୍ଗିଆ ପୁଲିସ ଏସଆଇ ଦଶରଥ ହେମ୍ରମ, ସିଡିପିଓ ମଞ୍ଜୁଳା ପ୍ରଧାନଙ୍କ ସହ ବ୍ଲକସ୍ତରୀୟ ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ