ଫିରିଙ୍ଗିଆ ସମସ୍ୟା ପାଇଁ ଗଠନ ହେଲା କନ୍ଧମାଳ ମିଳିତ ମଞ୍ଚ

ଫୁଲବାଣୀ, (ସୁନିଲ କୁମାର ବେହେରା):କନ୍ଧମାଳ ଜ଼ିଲ୍ଲା ବାସି ବିଭିନ୍ନ ସମୟରେ ପ୍ରଶାସନ ଦ୍ୱାରା ହେଉ କି କୌଣସି ବାହ୍ୟ ଶକ୍ତି ଦ୍ୱାରା ସମସ୍ୟା ରେ ପଡି ପୀଡିତ ହୋଇଥାନ୍ତି ଠିକ ସେହିପରି ବର୍ତମାନ ପୋଲିସ ପ୍ରଶାସନ ଦ୍ୱାରା ଫିରିଙ୍ଗିଆ ଅଂଚଳ ରେ ଖେଳି ଯାଇଛି ଅଶାନ୍ତ ପରିବେଶ. ଫିରିଙ୍ଗିଆ ଥାନା ଅଧିକାରୀ ଓ ହୋମ ଗାର୍ଡ ଙ୍କ ଗଂଜେଇ ପୋଲିସ ଗାଡ଼ିରେ ବେପାର କୁ ନେଇ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବା, ପରେ ଜ଼ିଲ୍ଲା ଅଧିକାରୀ ହସ୍ତକ୍ଷେପ ନ କରିବା, ସାତ ତାରିଖ ସକାଳୁ ଦିନ ଦୁଇଟା ପର୍ଯ୍ୟନ୍ତ ଜନସାଧାରଣ ଧାରଣାରେ ବସିବାପର୍ଯ୍ୟନ୍ତ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ କିମ୍ବା ଜ଼ିଲ୍ଲାପାଳ କୌଣସି ପଦକ୍ଷେପ ନ ନେବା କରଣ ରୁ ଜନସାଧାରଣ ବାଧ୍ୟ ହୋଇ ଥାନା ପର୍ଯ୍ୟନ୍ତ ଯାଇଥିଲେ ଯାହାଫଳରେ ଅଘଟଣ ଘଟି ଫିରିଙ୍ଗିଆ ଅଂଚଳ ଅଶାନ୍ତ ହେଇଚି. ଏବଂ ପୋଲିସ ପ୍ରଶାସନ ନିଜ ଦୋଷ ଘୋଡେଇ ବାକୁଯାଇ ଜନତାଙ୍କ ଉପରେ ଅକ ଥ ନିୟ ଅତ୍ୟାଚାର କରି ପ୍ରକୁତ ଦୋଷୀ ବଦଳରେ ସାଧାରଣ ଜନତା ଙ୍କୁ ମାଡ ମାରି କୋର୍ଟ ଚାଲାଣ କରୁଛି. ଯାହାକି ଜ଼ିଲ୍ଲା ରେ ଜନସାଧାରଣ ଭୟଭିତ ହେଇଛନ୍ତି. ଏହିପରିପେକ୍ଷୀରେ ଆଦିବାସୀ ନେତା ତଥା କୁଇ ସର୍ଦାର ଆଇନଜୀବୀ ଲମ୍ବୋଦର କହ୍ନର, ଭାସ୍କର ପଧାନ, ମନୋଜ ମଲ୍ଲିକ, ତୁଷାର ପଧାନ ଙ୍କ ନେତୃତ୍ୱ ରେ ଫିରିଙ୍ଗିଆ ବ୍ଲକ ତ ଳ ଦଣ୍ଡ କିଆ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ କରା ଯାଇ କମିଟି ଗଠନ କରାଯାଇଛି. ଜନସାଧାରଣ ଦିନସାରା ରାଜରାସ୍ତାରେ ଧାରଣା ରେ ବସିଲେ ହେଲେ ପ୍ରଶାସନ କାହିଁକି ଜନସାଧାରଣ ଙ୍କ ନିକଟ କୁ ଆସି ସମାଧାନ କଲେ ନାହିଁ ଯାହାଫଳରେ ଅଘଟଣ ଘଟିଲା ଏଥି ନିମନ୍ତେ ପୋଲିସ କୁ ଦାଈ କରାଯାଇ, ଏବଂ ଜନସାଧାରଣ ଙ୍କୁ ପାଣି ପିଆଇ ପିଆଇ ମାଡ ମାରିବା ପ୍ରତିବାଦ କରିବାକୁ ନିଷ୍ପତି କରାଯାଇଛି. କମିଟି ପରିଚାଳନା ନିମନ୍ତେ ସଭାପତି ରୂପେ ସମୀର ଘ ଟାଲ, ଉପସଭାପତି ରୂପେ ତିଳେଶ୍ୱର କହ୍ନର, ସାଧାରଣ ସମ୍ପାଦକ ରୂପେ ଆଇନଜୀବୀ ସତ୍ୟନାରାୟଣ ବେହେରା, ସହ ସମ୍ପାଦକ ରୂପେ ଡ୍ରାଇଭର କହ୍ନର. କାଯ୍ୟକାରୀ ସଦସ୍ୟ ରୂପେ ବାମଦେବ ମଲ୍ଲିକ, ଭୋଦେବ କହ୍ନର, ଶିବଶଙ୍କର ସାହାଣୀ, ସୋମନାଥ ବାଗ, ପ୍ରଦୀପ କହ୍ନର, ତ୍ରିନାଥ ମାଝୀ, ଦିବାକର ଡିଗାଲ, ପଙ୍କଜ ବେହେରା, ଅନାମ ଡିଗାଲ, ଙ୍କୁ ମନୋନୀତ କରାଇଛି ଓ ଆସନ୍ତା ୨୮.୮.୨୦୨୩ ରିଖ ରେ ପ୍ରତିବାଦ ଶୋଭାଯାତ୍ରା ଏବଂ ସାଧାରଣ ସଭା କରନେସନ ପଡିଆ ରେ କରାଯିବାକୁ ନିଷ୍ପତି କରାଯାଇଛି. ଏହି ସଭା ରେ ଜ଼ିଲ୍ଲା ର ପ୍ରାୟ ସବୁ ବ୍ଲକ ପ୍ରତିନିଧି ଯୋଗଦେଇଥିଲା ବେଳେ ଉପଦେଷ୍ଟା ଭାବେ ଆଦିବାସୀ ନେତା ତଥା କୁଇ ସର୍ଦାର ଲମ୍ବୋଦର କହ୍ନର, ଭାସ୍କର ପଧାନ, ମନୋଜ ମଲ୍ଲିକ, ତୁଷାର କହ୍ନର ଙ୍କୁ ସର୍ବ ସନ ମତି କ୍ରମେ ଗ୍ରହଣ କରାଗଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ