ଫିଲ୍ମି ଫ୍ରାଇଡେରେ ’ଅଂଗ୍ରେଜୀ ମିଡ଼ିୟମ’

ନୂଆଦିଲ୍ଲୀ : ଫିଲ୍ମି ଫ୍ରାଇଡେ’ରେ ପରଦାକୁ ଆସିଛି ଇରଫାନ୍‌ ଖାନ୍‌ ଷ୍ଟାରର ଫିଲ୍ମ ’ଅଂଗ୍ରେଜୀ ମିଡିୟମ୍‌’ । ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ର ‘ହିନ୍ଦୀ ମିଡିୟମ୍‌’ର ସ୍ବିକେଲ୍‌ ହେଉଛି ‘ଅଂଗ୍ରେଜୀ ମିଡିୟମ୍‌’। ଏହି ଫିଲ୍ମରେ ଇରଫାନ୍‌ଙ୍କ ବ୍ୟତୀତ କରୀନା କପୁର୍‌ ଖାନ୍‌, ରାଧିକା ମଦନ୍‌, ପଙ୍କଜ ତ୍ରିପାଠୀ, ଦୀପକ ଡୋବ୍ରିଆଲ୍‌, କିକୁ ଶାରଦା ପ୍ରମୁଖ ଅଭିନୟ କରିଛନ୍ତି । କିନ୍ତୁ କରୋନା ଭାଇରସ୍‌କୁ ମହାମାରୀ ଘୋଷଣା କରାଯିବା ଦିଲ୍ଲୀରେ ସିନେମା ହଲ୍‌ ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି । ସେହିପରି ଲୋକମାନେ ଫିଲ୍ମ ତଥା ସମ୍ମିଳିତ ଜାଗାକୁ ଯିବାକୁ ଭୟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଏହି ସିନେମାର ବ୍ୟବସାୟ ଉପରେ ଏହାର ପ୍ରଭାବ ବେଶ୍‌ ପଡୁଥିବାର ଅନୁମାନ କରାଯାଉଛି। ଦମଦାର୍‌ କାହାଣୀ ସହିତ ଇରଫାନ୍‌ ପରଦାକୁ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଥିବାବେଳେ କରୋନା ପାଇଁ ଏହି ଫିଲ୍ମରେ ଗ୍ରହଣ ଲାଗୁଥିବାର ଜଣାପଡୁଛି। ତେବେ ସମୀକ୍ଷକଙ୍କୁ ଫିଲ୍ମ ବହୁତ ପସନ୍ଦ ଆସିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ