ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା “ଗୁଡନ୍ୟୁଜ”

ଫିଲ୍ମ ଫ୍ରାଇଡେରେ ଶୁକ୍ରବାର ବଡପରଦାରେ ରିଲିଜ ହୋଇଯାଇଛି ରାଜ ମେହତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଗୁଡ଼୍ ନ୍ୟୁଜ୍’ । ଏହି ଫିଲ୍ମଟିରେ ଅକ୍ଷୟ କୁମାର, କରୀନା କପୁର, ଦିଲଜିତ୍ ଦୋସାଂଝ୍ ଓ କିୟାରା ଆଡ଼ଭାଣୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ରର ଖୁବ୍ ପ୍ରଶଂସା କରାଯାଉଛି । ଲୋକେ ଚଳଚ୍ଚିତ୍ରକୁ ୪ ଷ୍ଟାର ଦେଇଛନ୍ତି। ଅପର ପକ୍ଷରେ ପ୍ରଥମ ଦିନରେ ଚଳଚ୍ଚିତ୍ର କେତେ ଆୟ କରିବ ସେ ନେଇ ସମୀକ୍ଷକମାନେ ଆକଳନ କରିଛନ୍ତି । ସୂଚନା ଅନୁସାରେ, ‘ଗୁଡ଼୍ ନ୍ୟୁଜ୍’ ପ୍ରଥମ ଦିନରେ ୧୪ ରୁ ୧୫.୫୦ କୋଟି ଟଙ୍କା ଆୟ କରିପାରେ। ଚଳଚ୍ଚିତ୍ରକୁ ଦର୍ଶକ ଓ ସମୀକ୍ଷକଙ୍କ ବହୁତ ଭଲ ପ୍ରତିକ୍ରିୟା ମିଳିଛି। ତେବେ ଦେଖିବା ବାକି ରହିଲା, ଚଳଚ୍ଚିତ୍ରର ଆୟ କଳାକାରଙ୍କୁ ଗୁଡ଼୍ ନ୍ୟୁଜ୍ ଦେଇ ପାରୁଛି କି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ