ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଦବଙ୍ଗ -୩
ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଯାଇଛି ସଲମାନ ଓ ସୋନାକ୍ଷୀଙ୍କ ଅଭିନୀତ ଫିଲ୍ମ ଦବଙ୍ଗ – ୩ । ମହେଶ ମଞ୍ଜେରକରଙ୍କ ଝିଅ ସାଇ ମଞ୍ଜେରକର ଫିଲ୍ମର ଚୁଲବୁଲ ପାଣ୍ଡେଙ୍କ ଗାର୍ଲଫ୍ରେଣ୍ଡ ଭୂମିକାରେ ଅଭିନୟ କରିଛନ୍ତି ।କିଶୋରାବସ୍ଥାରେ ସାଇଙ୍କ ପ୍ରେମରେ ଦିଓ୍ଵାନା ହେଉଛନ୍ତି ଚୁଲବୁଲ । ମାତ୍ର ଦୁଇ ଲଭ୍ ବାର୍ଡକୁ ଅଲଗା କରୁଛନ୍ତି କିଚ୍ଛା ସୁଦିପ । ଏହିପରି କିଛି କାହାଣୀ ଦେଖିବାକୁ ମିଳିଛି ଫିଲ୍ମରେ । କିଚ୍ଛା ସୁଦୀପ ନେଗେଟିଭ ଚରିତ୍ରରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁ ଦେବା । ପ୍ରଯୋଜନା କରିଛନ୍ତି ନିଖିଲ ଦ୍ୱିବେଦୀ ଓ ଅରବାଜ ଖାନ୍ ।ଏଥିପାଇଁ ଫିଲ୍ମ ହଲ୍ରେ ଲାଗିଛି ଭିଡ଼ ।


