ଫିଲ୍ମ ଫ୍ରାଇଡେ ରିଲିଜ ହେଲା ୨ ଟି ବଲିଉଡ ଚଳଚ୍ଚିତ୍ର
(ଯୁଗାବ୍ଦ ନ୍ୟୁଜ) ଆଜି ଫିଲ୍ମ ଫ୍ରାଇଡେ ରେ ବଡ ପରଦାରେ ରିଲଜ ହୋଇଛି ୨ ଟି ବଲିଉଡ ଚଳଚ୍ଚିତ୍ର । ଗୋଟିଏ ହେଉଛି କଙ୍ଗନା ରାଣାୱତ୍-ରାଜକୁମାର ରାଓଙ୍କ ଅଭିନୀତ ‘ଜଜ୍ମେଣ୍ଟଲ ହୈ କ୍ୟା’ ଏବଂ ଅନ୍ୟଟି କୃତି ସେନନ-ଦିଲଜିତ୍ ଦୋସାଂଝଙ୍କ ଅଭିନୀତ ‘ଅର୍ଜୁନ ପଟିଆଲା’। ସୋସିଆଲ ମିଡିଆ ରେ ‘ଜଜ୍ମେଣ୍ଟଲ ହୈ କ୍ୟା’ ଟ୍ରେଲର ରିଲିଜ ହେବା ପରେ ଦର୍ଶକ ମାନଙ୍କ ମଧ୍ୟ ରେ ଭଲ ରେସପନ୍ସ ଦେଖିବାକୁ ମିଳିଛିି । ଅନ୍ୟପକ୍ଷରେ ରୋମାଣ୍ଟିକ୍-କମେଡ଼ି ଚଳଚ୍ଚିତ୍ର ‘ଅର୍ଜୁନ ପଟିଆଲା’କୁ ଦର୍ଶକ ଓ ସମୀକ୍ଷକଙ୍କ ମିଶ୍ର ପ୍ରତିକ୍ରିୟା ମିଳିଛି। ମାତ୍ର ଦୁଇ ଚଳଚ୍ଚିତ୍ର ଭିନ୍ନ ଧରଣର କାହାଣୀ ଉପରେ ଆଧାରିତ ହୋଇଥିବାରୁ କେହି କାହା ଉପରେ ଏତେଟା ପ୍ରଭାବ ପକାଇବେ ନାହିଁ ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ ମତପୋଷଣ କରିଛନ୍ତି।