(ଯୁଗାବ୍ଦ ନ୍ୟୁଜ) ବକ୍ସ ଅଫିସରେ ଶୁକ୍ରବାର ତିନିଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ପ୍ରଥମଟି ହେଉଛି ହଲିଉଡ଼ ଚଳଚ୍ଚିତ୍ର ‘ଦି ଲାୟନ କିଙ୍ଗ୍’, ଦ୍ୱିତୀୟଟି ‘ଫ୍ୟାମିଲି ଅଫ୍ ଠାକୁରଗଞ୍ଜ’ ଏବଂ ଅନ୍ୟଟି ‘ଝୁଠା କହିଁ କା’। ଏହି ତିନିଟି ମଧ୍ୟରେ ଡିଜନୀ ଷ୍ଟୁଡିଓର ‘ଦି ଲାୟନ କିଙ୍ଗ୍’କୁ ନେଇ ଅଧିକ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ରହିଛି ‘ଫ୍ୟାମିଲି ଅଫ୍ ଠାକୁରଗଞ୍ଜ’। ଏଥିରେ ଜିମ୍ମି ଶେରଗିଲ, ମାହୀ ଗିଲ, ସୌରଭ ଶୁକ୍ଳା, ସୁଧୀର ପାଣ୍ଡେ, ସୁପ୍ରିୟା ପିଲଗାଓଁକର ପ୍ରମୁଖ ଅଭିନୟ କରିଛନ୍ତି।ସେହିପରି ଜିମ୍ମି ଶେରଗିଲଙ୍କ ଅଭିନୀତ ଆଉ ଏକ ଚଳଚ୍ଚିତ୍ର ‘ଝୁଠା କହିଁ କା’ ମଧ୍ୟ ଆଜି ମୁକ୍ତିଲାଭ କରିଛି। ଜିମ୍ମିଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ଋଷି କପୁର, ମନୋଜ ଜୋଶୀ ଏବଂ ଓମ୍କାର କପୁର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।