ଫିଲ୍ମ ଶୁଟିଂ ରଦ୍ଦ କଲେ କରନ୍‌

ମୁମ୍ବାଇ : କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବରେ ଏବେ କୋକୁଆ ଅବସ୍ଥା। ଏହି ପ୍ରାଣଘାତୀ ଭାଇରସ କବଳରୁ ସତର୍କ ରହିବା ପାଇଁ ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଭାରତରେ ବର୍ତ୍ତମାନ ସୁଦ୍ଧା କରୋନାରେ ୩୯ ସଂକ୍ରମିତଙ୍କ ଖବର ରହିଛି। ଏନେଇ ଏବେ ସମସ୍ତେ ଏହି ଭାଇରସ ପାଇଁ ସତର୍କ ରହୁଛନ୍ତି। କରୋନା ଭାଇରସ୍ ପାଇଁ ବଲିଉଡ୍‌ ଦବଙ୍ଗ ଖାନ୍‌ ସଲମାନ୍‌ ଖାନ୍‌ ଅପକମିଙ୍ଗ ଫିଲ୍ମ ‘ରାଧେ’ର ଶୁଟିଂ ମଧ୍ୟ ରଦ୍ଦ କରିଛନ୍ତି। ସଲମାନ ଖାନଙ୍କ ପରେ ଅକ୍ଷୟ କୁମାରଙ୍କ ପୃଥ୍ବୀରାଜ ଓ କରନ୍‌ ଜୋହରଙ୍କ ଫିଲ୍ମ ‘ତକ୍ଷ୍‌ତ’ ଶୁଟିଂ ମଧ୍ୟ ରଦ୍ଦ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ‘ରାଧେ’ର ଫିଲ୍ମର କିଛି ଶୁଟିଂ ଥାଇଲାଣ୍ଡରେ ହେବାକୁ ଥିବାବେଳେ କରୋନା ଭାଇରସ ବ୍ୟାପୁଥିବାର ସଲମାନ ଖାନ୍‌ ଶୁଟିଂ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ଅକ୍ଷୟ କୁମାରଙ୍କ ‘ପୃଥ୍ବୀରାଜ’ର ଶୁଟିଂ ରାଜସ୍ଥାନରେ ହେଉଥିବାବେଳେ ଏବେ ଏହାକୁ ମୁମ୍ବାଇକୁ ସ୍ଥାନାନ୍ତର କରାଯାଇଛି। ସେହିପରି କରନ୍‌ ଜୋହରଙ୍କ ଫିଲ୍ମ ‘ତକ୍ଷ୍‌ତ’ର ଶୁଟିଂ ଜୈସେମେଲରରେ ହେବାକୁ ଥିବାବେଳେ ଏହାର ଶୁଟିଂ ବନ୍ଦ ରଖାଯାଇଛି।
ସେହିପରି କରୋନା ଭାଇରସର ପ୍ରଭାବ ମଧ୍ୟ ଫିଲ୍ମ ବ୍ୟବସାୟ ଉପରେ ପଡିଛି। ନିକଟରେ ରିଲିଜ୍‌ ହୋଇଥିବା ଟାଇଗର ଶ୍ରଦ୍ଧାଙ୍କ ଫିଲ୍ମ ‘ବାଗୀ ୩’ ଉପରେ ଏହାକୁ ଅସର ଦେଖିବାକୁ ମିଳିଛି । କରୋନା ଭାଇରସକୁ ଡରି ଲୋକେ ଫିଲ୍ମ କମ୍‌ ଦେଖୁଥିବାର ଜଣାପଡିଛି। ସାମୂହିକ ମିଳନ ବା ଏକାଠି ହେଲେ ଏହି ଭାଇରସ୍‌ ବ୍ୟାପିବାର ଆଶଙ୍କା ଅଧିକ ରହିଥିବାରୁ ଲୋକମାନେ ମେଳା, ଉତ୍ସବ ତଥା ଫିଲ୍ମ ଆଦିକୁ ଯିବାକୁ ଡରୁଥିବାର ଦେଖାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ