ଫିୟ୍ୟୁଚର କଲାମ୍ସ ବୁକ୍ ଅଫ ରେକର୍ଡ ଓ ଦା ୟୁନିଭେରସେଲ ତାମିଲ ୟୁନିଭେର୍‌ସିଟି ତରଫରୁ ଆଇଏଚଆରସି ରାଜ୍ୟ ସଭାପତି ଆଲୋକ ବୋଷଙ୍କୁ ଡକ୍ଟରେଟ ସମ୍ମାନ ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଫିୟ୍ୟୁଚର କଲାମ୍ସ ବୁକ୍ ଅଫ ରେକର୍ଡସ ଓ ଦା ୟୁନିଭେରସଲ ତାମିଲ ୟୁନିଭେରସିଟି ତରଫରୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ତଥା ଅନ୍ତର୍ଜାତୀୟ ମାନବ ଅଧିକାର କାଉନସିଲର ରାଜ୍ୟ ସଭାପତି ଆଲୋକ କୁମାର ବୋଷଙ୍କୁ ଡକ୍ଟରେଟ ସମ୍ମାନଜନକ ସୂଚକ ପ୍ରଦାନ କରାଯାଇଥିବାର ଜଣାପଡିଛି । ଚଳିତ ମାସ ୧୪ ତାରିଖରେ ତାମିଲନାଡୁର ମଦୁରାଇ ସହରର ପୋପୀ ହୋଟେଲରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ସମ୍ମାନ ଜନକ ସୂଚକ ପ୍ରଦାନ କରାଯାଇଥିବାର ଶ୍ରୀ ବୋଷ ସୂଚନା ପ୍ରଦାନ କରିଛନ୍ତି । ସୂଚନା ମୁତାବକ ଦେଶର ବିଭିନ୍ନ ପ୍ରାନ୍ତ ତଥା ବିଭିନ୍ନ ରାଜ୍ୟରୁ ଉକ୍ତ ସମାରହରେ ଏହି ସମ୍ମାନ ସୂଚକ ପ୍ରଦାନ କରାଯାଇଥିଲା । ଏଥିରୁ ଓଡିଶା ରାଜ୍ୟର ଦୁଇଜଣ ଯଥା ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିବାସୀ ଆଲୋକ କୁମାର ବୋଷ ଓ ରାୟଗଡା ଜିଲ୍ଲା ସଦର ମହକୁମା ରାୟଗଡା ସହର ନିବାସୀ ନବଭାରତ ନିର୍ମାଣ ସେବା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବୋମାଲି କାନ୍ତାରାଓଙ୍କୁ ଡକ୍ଟରେଟ ସମ୍ମାନଜନକ ସୂଚକ ଉପାଧି ପାଇଁ ମନୋନିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଦା ୟୁନିଭେରସେଲ ତାମିଲ ୟୁନିଭେରସିଟି ତାମିଲନାଡୁର କୂଳପତି ଡ. ଏମ୍‌.ପାଣ୍ଡିଆ ରାଜନ, ମଦୁରାଇ ସ୍ଥିତ କାମରାଜୁ ୟୁନିଭେସିଟିର ଅଧ୍ୟକ୍ଷ ଡ.ଆର୍‌. ସୋଲାଇମଲାଇଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ଭାଇଥାଇୟାନାଥମ୍ ଜିଲ୍ଲା ଜର୍ଜ, ଏପିଜେ ଅବଦୁଲ କଲାମ ଅନ୍ତର୍ଜାତୀୟ ଫାଉଣ୍ଡେସନର ଅଧ୍ୟକ୍ଷ ଏମ୍‌ଜେ ସେଖ୍ ସଲିମ ଓ ୟୁନିଭେର୍ସଲ ଏଚିଭେର୍ସ ବୁକ୍ ଅଫ୍ ରେକର୍ଡର ଅଧ୍ୟକ୍ଷ ଡ. ବାବୁ ବାଲକୃଷ୍ଣା ପ୍ରମୁଖ ମଞ୍ଚାସୀନ ହୋଇ ଗଜପତି ଜିଲ୍ଲାର ଆଲୋକ କୁମାର ବୋଷ ଓ ରାୟଗଡା ଜିଲ୍ଲାର ବୋମାଲି କାନ୍ତାରାଓଙ୍କୁ ସମ୍ମାନିତ କରିଥିଲେ । ତତ୍ ସଙ୍ଗେ ସଙ୍ଗେ ୨୦୨୧ ପାଇଁ ଫିଉଚର କାଲାମ୍‌ସ୍ ଅଫ ଇଣ୍ଡିଆ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ ଯେ, ଏହି ପୁରସ୍କାର ଏମାନଙ୍କୁ ସାମାଜିକ ସେବା ପାଇଁ ସମ୍ମାନିତ କରାଯାଇଥିଲା । ଏହି ବିରଳ ପୁରସ୍କାର ଏବଂ ଡକ୍ଟରେଟ ଉପାଧି ପ୍ରଦାନ ପରେ ଓଡିଶା ଏବଂ ଓଡିଶା ବାହାରୁ ତଥା ଜିଲ୍ଲାର ବିଭିନ୍ନ ମହଲରୁ ଶ୍ରୀ ବୋଷଙ୍କୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ