ଫି’ ଛାଡ଼ ନେଇ ହାଇକୋର୍ଟଙ୍କ ନୋଟିସ

କଟକ: କରୋନା ପାଇଁ ସ୍କୁଲ ଫି’ ଓ ବିଦ୍ୟୁତ ବିଲ ଛାଡ଼ ନେଇ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରଣାଳୟ ସମେତ ମୋଟ ୧୩ ପକ୍ଷରୁ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ କରାଯାଇଛି । ସମସ୍ତ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନର ଫି’ ଛାଡ଼ ନେଇ ନୋଟିସ କରାଯାଇଛି । ରାସନ କାର୍ଡ ନଥିବା ସମସ୍ତ ବ୍ୟକ୍ତିଙ୍କୁ ରାସନ ସାମଗ୍ରୀ ଦେବାକୁ ମଧ୍ୟ ନୋଟିସ କରାଯାଇଛି । ସେହିପରି ଲକଡାଉନରେ ଘରୋଇ ଉପଭୋକ୍ତାଙ୍କ ବିଦ୍ୟୁତ ବିଲ ଛାଡ଼ ନେଇ ମଧ୍ୟ ନୋଟିସ କରାଯାଇଛି । ଅନ୍ୟପକ୍ଷରେ ସମ୍ପୂର୍ଣ୍ଣ କଟକ ସହରକୁ ସାନିଟାଇଜ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ହାଇକୋର୍ଟ କଟକ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ