ଫି ହ୍ରାସ ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ବିକ୍ଷୋଭ
କଟକ,(ଦୀପକ୍ କୁମାର ବେଉରା): ରେଭେନ୍ସା ବିଶ୍ୱବିଦ୍ୟାଳୟର ସେଲ୍ଫ ଫାଇନାନ୍ସ ବିଭାଗର ଛାତ୍ରମାନେ ୨୩ ନଭେମ୍ବରରେ ଭିସି କାର୍ଯ୍ୟାଳୟ ପରିଦର୍ଶନ କରି ପାଠ୍ୟକ୍ରମ ଫି ହ୍ରାସ ସମ୍ପର୍କରେ ଉପ କୁଳପତି ଙ୍କ ନିକଟରେ ଆବେଦନ କରିଥିଲେ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନେ ୨୫ ନଭେମ୍ବର ସୁଦ୍ଧା କୌଣସି ସମାଧାନ କରିବେ । କିନ୍ତୁ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ କୌଣସି ପ୍ରକାରର ସୂଚନା ପାଇନାହାଁନ୍ତି ତେଣୁ ସେମାନେ ଆଜି ଭିସି କାର୍ଯ୍ୟାଳୟକୁ ପୁନର୍ବାର ଯାଇ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭିସି ଙ୍କ ଦୃଷ୍ଟି ଆକର୍ଷଣ କରି ଏହି ସମସ୍ୟାର ଯଦି ସେମାନେ ପରିଚାଳନା ଦିଗରୁ ଉପଯୁକ୍ତ ସମାଧାନ ପାଇବେ ନାହିଁ ତେବେ ଛାତ୍ର ଛାତ୍ରୀ ମାନେ ଆଗାମି ଦିନରେ ରାଜ ରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।


