ଫୁଟବଲ୍‍ ପ୍ରତିଯୋଗିତା ଉଦ୍‍ଯାପିତ;  ଫୁଲବାଣୀ ଭବାନୀ କ୍ଳବ ଚମ୍ପିଆନ୍‍

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଖଜୁରିପଡ଼ା ସ୍ଥିତ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆଠାରେ ଗତ ଦୁଇ ଦିନ ଧରି  ଚାଲିଥିବା ଫୁଟବଲ୍‍ ପ୍ରତିଯୋଗିତା ଉଦ୍‍ଯାପିତ ହୋଇଯାଇଛି। ଫାଇନାଲ୍‍ ମ୍ୟାଚ୍‍ ଜି.ଉଦୟଗିରି ଓ ଫୁଲବାଣୀ ଭବାନି କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଭବାନୀ କ୍ଳବ ୪-୦ ଗୋଲରେ ବିଜୟ ହୋଇ ଚମ୍ପିଆନ୍‍ ହୋଇଥିଲେ। ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ଖଜୁରିପଡ଼ା ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁରଙ୍କ ସମେତ ବିଜେଡ଼ି ନେତା ମହମ୍ମଦ ୟାସିନ୍‍ ବେଗ୍‍, କଣ୍ଠଶିଳ୍ପୀ ଜଳନ୍ଧର ବେହେରା, ଛାତ୍ର ବିଜେଡ଼ି ସଭାପତି ସୁନିଲ୍‍ ସେଠୀ ଓ ଖଜୁରିପଡ଼ା ଫୁଟବଲ୍‍ ଟିମ୍‍ ପୂର୍ବତନ ଅଧିନାୟକ ସନାତନ ବେହେରା ଯୋଗଦେଇ ଚମ୍ପିଆନ୍‍ ଦଳ ଓ ରନର୍ସ ଦଳକୁ ଟ୍ରଫି ସହିତ ପୁରସ୍କୃତ କରିଥିଲେ। ପ୍ରତିଯୋଗିତା ପରିଚାଳନାରେ ମା’ସୁରାଦେଇ ଫୁଟବଲ୍‍ ଟିମର ସଦସ୍ୟ ସମ୍ପୁ ବେହେରା, ସନ୍ତୋଷ ବେହେରା, ପରିଡ଼ା ମୁଖୀ, ରାଜୁ ନାୟକ, ପ୍ରକାଶ କୁମାର ସାହୁ, ଅନିଲ୍‍ ବେହେରା, ସନ୍ତୋଷ ସାହୁ, ବବୁଲ ମୁଲାର, କାଳିଆ ମଲିକ, ଅଶୋକ ବିନ୍ଦାଣୀ ଓ ଅନ୍ୟମାନେ ପରିିଚାଳନା କରିଥିବା ବେଳେ ଟୁର୍ଣ୍ଣାମେଣ୍ଟରେ ମ୍ୟାନ୍‍ ଅଫ୍‍ ଦି ସରିଜ୍‍ ଭାବେ ଭବାନୀ କ୍ଳବର ଯୁଗଳ କହଁର ଓ ମେନ୍‍ ଅଫ୍‍ ଦି ସିରିଜ୍‍ ଭାବେ ବଣ୍ଟୁ କହଁରଙ୍କୁ ପୁରସ୍କୃତ କରାଯାଇଛି। ୨ ଦିନିଆ ଟୁର୍ଣ୍ଣାମେଣ୍ଟର ଉଦ୍‍ଘାଟନୀ ଉତ୍ସବରେ ସତ୍ୟପ୍ରିୟ ମହାପାତ୍ର, ବିକାଶ କୁମାର ଦିଗାଲ, ଗୌର ଚରଣ ବେହେରା, ଅନନ୍ତ ଦିଗାଲ ପ୍ରମୁଖ ଉଦ୍‍ଘାଟନ କରିଥିବା ବେଳେ ଏଥିରେ ୮ଟି ଦଳ ଫୁଲବାଣୀ, ଜି.ଉଦୟଗିରି, ଭଂଜନଗର ଏକାଦଶ, ଗୁଟିଙ୍ଗିଆ, ଖଜୁରିପଡ଼ା, କଇଁଝର, କଲାଡ଼ି ଓ ମା’ ସୁରାଦେଇ ଏକାଦଶ ଦଳ ଭାଗ ନେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ