ଫୁଲବାଣୀରେ ଏବିଭିପି ପକ୍ଷରୁ ଦୁଇ ଦିନିଆ ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ 

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) କନ୍ଧମାଳ ଶାଖା ପକ୍ଷରୁ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡା.ଅସିତ କୁମାର ନନ୍ଦ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଦୀନକୃଷ୍ଣ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ନଗର ସଭାପତି ଅଧ୍ୟାପକ ଡଃ ଚିତରଞ୍ଜନ ମିଶ୍ର, ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ କନ୍ଧମାଳର ସାମାଜିକ ସମାରସତା ପ୍ରମୁଖ ପ୍ରଣବ ନାୟକ, ସମ୍ପର୍କ ପ୍ରମୁଖ ସଞ୍ଜିତ କୁମାର ମଣ୍ଡଳ ଯୋଗ ଦେଇଥିଲେ। ଏବିଭିପିର ରାଜ୍ୟ ସମ୍ପାଦକ ଶଶୀକାନ୍ତ ମିଶ୍ର, ରାଷ୍ଟ୍ରିୟ କାର୍ଯ୍ୟକାରୀଣି ସଦସ୍ୟା କବିତା କହଁର, ଜିଲ୍ଲା ପ୍ରମୁଖ ଶିବାଶିସ ପଣ୍ଡା, ଜିଲ୍ଲା ସଂଯୋଜକ ଦିବ୍ୟାରଞ୍ଜନ ଡାକୁଆ, ନଗର ସଂଗଠନ ସମ୍ପାଦକ ଟୁକୁନା ମଲ୍ଲିକଙ୍କ ସମେତ ଜିଲ୍ଲାର ଅନେକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଯେପରି ରଷ୍ଟ୍ରବାଦର ବିଚାର ବୃଦ୍ଧି ପାଇବ, କଲେଜ ମାନଙ୍କରେ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କିପରି ସୁସମ୍ପର୍କ ବଢିବ, ସାମାଜିକ ସମରସତା ବୃଦ୍ଧି ପାଇବ, ସାମାଜିକ ସମ୍ବେଦନ ଶୀଳତା ରହିବ, ଦେଶରେ ସ୍ୱଦୀଶୀ ଜିନିଷ ପ୍ରତି ଲୋକଙ୍କର ଆଦର ବଢିବା, ଦେଶରେ ପ୍ରତ୍ୟେକ ବ୍ୟକ୍ତି ଯେପରି ଜଣେଜଣେ ସୁନାଗରିକ ହୋଇପାରିବେ ଏବଂ ଏବିଭିପିର ସଂଗଠନକୁ ସୁଦୃଢ କରିବା ଦିଗରେ କିପରି କାର୍ଯ୍ୟ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ସମେତ ଜିଲ୍ଲା ଜନଜାତି ପ୍ରମୁଖ ପଦ୍ମାବତୀ କହଁର, ଗଣମାଧ୍ୟମ ପ୍ରମୁଖ ଭବାନୀ ଶଙ୍କର ବିଶୋଇ, ରାଷ୍ଟ୍ରୀୟ କଳାମଂଚ ପ୍ରମୁଖ ଶିବାନୀ ଦିଗାଲ, ସହପ୍ରମୁଖ ଲକ୍ଷ୍ମୀକାନ୍ତ କହଁର, ରଜତ ମହାପାତ୍ର, ଆଶା କହଁର, ସୁବ୍ରତ ବେହେରା, କାଶିନାଥ ଗଣ୍ଡା, ଅଜୟ ପ୍ରଧାନ ଏବଂ ଶ୍ରେୟନ ପ୍ରଧାଙ୍କୁ ବିଭିନ୍ନ ଦାୟୀତ୍ୱ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ