ଫୁଲବାଣୀରେ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ

ଫୁଲବାଣୀ (ଓ୍ବାଇଏନ୍ଏସ୍) : କୋଭିଡ-୧୯ ସଂକ୍ରମଣ ଯୋଗୁଁ ଦେଶବ୍ୟାପୀ ଜାରି ଲକଡାଉନ ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ମାଗଣା ରନ୍ଧାଖାଦ୍ୟ ବଂଟନର ବ୍ୟବସ୍ଥା କରାଯାଇଛି । ଦିନ ମଜୁରିଆ,ଶ୍ରମିକ, ବାସହୀନ,ଗରିବ ତଥା ସେହିଭଳି ଆହୁରି ଅନେକ ଜନତାଙ୍କୁ ରନ୍ଧାଖାଦ୍ୟ ପୁଡ଼ିଆ, ଶୁଖିଲାଖାଦ୍ୟ ପୁଡିଆ,ରାସନ, ପରିବା, ସାବୁନ, ମାସ୍କ ଆଦି ବଂଟନ କରାଯାଇଛି । ବୈଶ୍ୱିକ ମହାମାରୀ କରୋନା ଭାରତ ସମେତ ସମଗ୍ର ବିଶ୍ୱରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରି ଥିବାରୁ ଏହାର ବିରୋଧ ସଂଗ୍ରାମରେ ସରକାର, ହସ୍ପିଟାଲ, ଡାକ୍ତର,ପୋଲିସ୍ ଓ ପ୍ରଶାସନ ଏବଂ ସଫେଇ କର୍ମଚାରୀ ଭାଇ ଓ ଭଉଣୀମାନେ ଜଣେ ଜଣେ କରୋନା ଯୋଦ୍ଧା ସାଜିଛନ୍ତି । ଫୁଲବାଣୀରେ ୧୪୦ ଜଣ ସଫେଇ କର୍ମଚାରୀ ଭାଇ ଓ ଭଉଣୀ କରୋନା ଯୋଦ୍ଧାଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ସମ୍ମାନୀତ କରାଯାଇଛି । ପ୍ରଥମେ ଏହି ଯୋଦ୍ଧାମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ପରେ ୬୦ ଜଣ ମା ଓ ଭଉଣୀମାନଙ୍କୁ ଶାଢୀ ଓ ୮୦ ଜଣ ଭାଇ ମାନଙ୍କୁ ଗଞ୍ଜି ଓ ଗାମୁଛା ଦେଇ ସମ୍ମାନୀତ କରାଯାଇଥିଲା । ସାମାଜିକ ଦୂରତ୍ୱ ରଖି ଫୁଲବାଣୀର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ସୋମବାର ଦିନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ