ଫୁଲବାଣୀରେ ଦିନ ଦୁଇପହରରେ ବାଇକ ଡିକି ଖୋଲି ଟଙ୍କା ଲୁଟୁଛନ୍ତି ଲୁଟେରା

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):ଫୁଲବାଣୀ ସହରରେ ରାତିରେ ଘର ଓ ଦୋକାନ ତାଲା ଭାଙ୍ଗି ଚୋରୀ ହେଉଥିବା ଘଟଣା ଘଟି ଚାଲିଥିବା ବେଳେ ବର୍ତମାନ ବାଇକ ଲୁଟେରାଙ୍କ ପ୍ରଦୁର୍ଭାବ ଆରମ୍ଭ ହୋଇଛି । ବର୍ତମାନ ଫୁଲବାଣୀ ବଜାରରେ ବ୍ୟାଙ୍କ ମାନଙ୍କ ଆଗରେ ଲୁଟେରାଙ୍କ ଦଳ ଯୋଜନାବଦ୍ଧ ଭାବରେ ବାଇକ ଡିକି ଭାଙ୍ଗି ଟଙ୍କା ଲୁଟିବା ଘଟଣା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ଦିନ ପ୍ରାୟ ୧୨ଟା ବେଳେ ଫୁଲବାଣୀରେ ଇଣ୍ଡଆନ ବ୍ୟାଙ୍କ୍ ଶାଖା ଆଗରେ ଟିଟ୍ରାପଙ୍ଗା ପଂଚାୟତର ଭୁକ୍ତାକନାଲି ଗ୍ରାମର ଜଣେ ବ୍ୟକ୍ତି ତାଙ୍କର ଆକାଉଣ୍ଟରୁ ଦୁଇଟି ଦସଟଙ୍କିଆ ନୋଟ ବଣ୍ଡଲ (ଦୁଇହଜାର ଟଙ୍କା) ଉଠାଇ ତାକୁ ତାଙ୍କର ବାଇକର ଡିକିରେ ରଖିଥିଲେ । କୌଣସି କାମରେ ପୁଣି ସେ ବ୍ୟାଙ୍କକୁ ଯାଇଥିଲେ । ଏହି ସବୁ ଘଟଣା ଉପରେ ନଜର ରଖିଥିବା କିଛି ଲୁଟେରା ଏହାର ସୁଯୋଗରେ ତାଙ୍କ ବାଇକର ଡିକିକୁ ଖୋଲି ସେଥିୁରୁ ଟଙ୍କା ନେଇଯାଇଥିଲେ । ତେବେ ବ୍ୟଙ୍କରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ସବୁ ଘଟଣା ରେକର୍ଡ ହୋଇଛି ଏହାକୁ ଦେଖିବାପରେ ଲାଗୁଥିଲା, ଲୁଟେରା ମାନଙ୍କର ସିସିଟିଭିକୁ ନିଘାନାହିଁ କିମ୍ବା ଭୟ ମଧ୍ୟ ନାହିଁ । ପରେ ବାଇକ ମାଲିକ ଜଣକ ସେଠାରେ ପହଂଚି ତାଙ୍କ ଡିକି ଖୋଲା ଥିବା ଏବଂ ସେଥିରେ ସେ ରଖିଥିବା ଟଙ୍କା ନଥିବାର ଦେଖିବାପରେ ସେ ପୁଣି ବ୍ୟଙ୍କକୁ ଯାଇ ସେଠାରେ ତାଙ୍କ ବାଇକ ଡିକି ଖୋଲି ଚୋରୀ ହୋଇଥିବା ଘଟଣା ସବୁ ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରାରେ ଦେଖିଥିଲେ । ହେଲେ ଲୁଟେରା ଜଣାକ ମୁହଁରେ ମାସ୍କ ପିନ୍ଧି ଥିବାରୁ ତାଙ୍କୁ ଚିହ୍ନିବା ସହଜ ହୋଇନଥିଲା । ତେବେ ଦୁଇ ହଜାର ଟଙ୍କା ପାଇଁ କାହିଁକି ପୁଲିସ ଝମେଲାରେ ପଶିବି କହିବା ସହିତ ବାଇକର ମାଲିକ ଜଣକ ଥାନାରେ ଏ ସଂକ୍ରାନ୍ତରେ କୌଣସି ଅଭିଯୋଗୋ କରିନଥିଲେ । ହେଲେ ଏଥିରୁ ଫୁଲବାଣୀରେ ବାଇକ ଡିକି ଭାଙ୍ଗି ଟଙ୍କା ଲୁଟୁଥିବା ଦଳ ସକ୍ରୀୟ ଥିବା ଜଣାପଡିଛି । ସେଥିପାଇଁ ପୁଲିସ ପକ୍ଷରୁ ଲୋକଙ୍କୁ ସତର୍କ କରାଇବା ସହିତ ସହରରେ ପୁଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥା ଜୋରଦାର କରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ