ଫୁଲବାଣୀରେ ନାରାୟଣୀ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ପ୍ରତି ଦୁଇବର୍ଷ ଅନ୍ତରରେ ଅନୁଷ୍ଠିତ ହେଉଥିବା ନାରାୟଣୀ ଯାତ୍ରା ପରିଚଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଫୁଲବାଣୀ ସ୍ଥିତ ସଭାଗୃହ ଠାରେ ଉପଜିଲାପାଳ ତଥା ଅଧ୍ୟକ୍ଷ ଚିତ୍ତ ରଂଜନ ମହନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିିଭିନ୍ନ ବ୍ୟକ୍ତି ବିଶେଷଙ୍କ ପରାମର୍ଶ କ୍ରମେ ପୂର୍ବ କମିଟିକୁ ପୁଣିଥରେ ୨୬ତମ ଯାତ୍ରା ପରିଚାଳନା କରିବା ପାଇଁ ଦାୟିତ୍ୱ ଦେବାକୁ ବୈଠକରେ ନିଷ୍ପତ୍ତି ପ୍ରକାଶ ପାଇଥିଲା ।ଏଥିରେ ସଭାପତି ଭାବେ ପି.ସୁଧାଂଶୁ ସେନାପତି , ଉପସଭାପତି ଭାବେ ସୁଜିତ୍ କୁମାର ବେହେରା , ସାଧାରଣ ସଂପାଦକ ଭାବେ ଦୁର୍ଗା ପ୍ରସାଦ ତ୍ରିପାଠୀ ଏବଂ ଯୁଗ୍ମ ସଂପାଦକ ଭାବେ ସୀମାଞ୍ଚଳ ପ୍ରଧାନ , ଅରୁଣ କୁମାର ପଣ୍ଡା , ସୁମନ ପଟନାୟକ , ପାର୍ଥ ସାରଥୀ ବିଶ୍ୱାଳ ଏବଂ ଅର୍ଥ ସଂପାଦକ ଭାବେ କାବୁଲା ସେନାପତି ଏବଂ ସାଂସ୍କୃତିକ ସଂପାଦକ ଭାବେ ଭି.ଲୋକନାଥ ରାଜୁ ଏବଂ କୋଷାଧ୍ୟକ୍ଷ ଭାବେ ରମେଶ ଚନ୍ଦ୍ର ମହାନ୍ତି ଏବଂ କାର୍ଯ୍ୟାଳୟ ସଂପାଦକ ଭାବେ ସୁବାଷ ବେହେରାଙ୍କ ନାମ ଘୋଷଣା କରାଯାଇଥିଲା
କାର୍ଯ୍ୟକ୍ରମରେ ସମସ୍ତ କାର୍ଯ୍ୟକାରୀ ସଦସ୍ୟ, ଉପଦେଷ୍ଟା ଅଶୋକ କୁମାର ପଟ୍ଟନାୟକ , ସ୍ମିତାରାଣୀ ମହାନ୍ତି , ବିଜୟ ମହାନ୍ତି , ଶିବ ପ୍ରସାଦ ତ୍ରିପାଠୀ , ଏସଡ଼ିପିଓ ସୁପ୍ରସନ୍ନ ମଲିକ, ଅଗ୍ନିଶମ ବିଭାଗ ଅଧିକାରୀ, ବିଭିନ୍ନ ବଜାର କମିଟିର କର୍ମକର୍ତ୍ତା , ମନ୍ଦିର କମିଟିର କର୍ମକର୍ତ୍ତା , କ୍ଳବର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅଶୋକ ମହାନ୍ତି , କୈଳାଶ ଧଳ ଓ ଉପଜିଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଥିଲା। ନୂତନ କମିଟିର ନିଷ୍ପତ୍ତି ପ୍ରକାରେ ଆସନ୍ତା ଏପ୍ରେଲ୍ ୧୪ ତାରିଖ ଦିନ ଶୁଭଖୁଣ୍ଟି ସ୍ଥାପନ ହେବ ଏବଂ ମେ ୧୦ ତାରିଖ ଦିନ ଠାରୁ ଯାତ୍ରା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା। ନିର୍ବାଚନ ଆଚରଣ ବିଧିକୁ ଦୃଷ୍ଟିରେ ରଖି ଯାତ୍ରା ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ