ଫୁଲବାଣୀରେ ମିଳୁନି ଶବଦାହ ପାଇଁ କାଠ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): ଶବଦାହ ପାଇଁ ଫୁଲବାଣୀ ସହରରେ କାଠ ମିଳୁନାହିଁ। ବୁଧବାର ଗଣମାଧ୍ୟମ ପ୍ରତିନିଧି ରାଜୁ ନାୟକଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ତାଙ୍କ ଶବ ସତ୍କାର ପାଇଁ ବନ ବିଭାଗର କାଠ ଡିପୋରେ କାଠ ମିଳି ନଥିଲା। ଏପରିକି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ କାଠ ମିଳି ନ ଥିବା ବେଳେ ଶେଷରେ ବହୁ ଆଡୁ ଚେଷ୍ଟା କରି ପୁଲିସ ବିଭାଗରେ ଗଛିତ ଥିବା କାଠ ଆଣି ତାଙ୍କର ଶବ ସତ୍କାର କରାଯାଇଥିଲା। କନ୍ଧମାଳରେ ପର୍ଯ୍ୟାପ୍ତ ଜଙ୍ଗଲ ଥିବା ବେଳେ ଡ଼ିପୋରେ କାଠ ମିଳୁ ନ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ନିକଟରେ ରାସ୍ତା ଚଉଡା ପାଇଁ ଜିଲ୍ଲାରେ ଶହ ଶହ ଗଛ କଟା ଯାଇଥିବା ବେଳେ ସେହି ସବୁ କାଠ କୁଆଡେ ଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ତତଃ ଶବ ସତ୍କାର ପାଇଁ ଡିପୋରେ କାଠ ଗଛିତ ରଖିବାକୁ ସାଧାରଣରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ