ଫୁଲବାଣୀ କୋଭିଡ ହସପିଟାଲ ପରିଚାଳନାରେ ତୃଟି ନେଇ ମୁଖ୍ୟମନ୍ତ୍ରୀଙ୍କୁ କନ୍ଧମାଳ ଭାଜପାର ଦାବୀପତ୍ର

ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): ଆଜି କନ୍ଧମାଳ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ତଥା ପୂର୍ବତନ ଜିଲ୍ଲା ସଭାପତି ଦେବନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଫୁଲବାଣୀରେ ଥିବା କୋଭିଡ ହସପିଟାଲରେ ହେଉଥିବା ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ଯୋଗୁଁ କୋଭିଡରେ ଆକ୍ରନ୍ତ ରୋଗୀଙ୍କୁ ସଠିକ ସେବା ମିଳି ପାରୁନାହିଁ ଫଳରେ ସେଠାରେ ରୋଗୀମାନେ ସୁସ୍ଥ ହେବା ବଦଳରେ ଅଧିକ ଅସୁସ୍ଥ ହେଉଛନ୍ତି । ଯାହାର ପରିଣାମ ସ୍ୱରୁପ ଫୁଲବାଣୀର ଜଣେ ବରିଷ୍ଠ ଆଇନଜୀବି ଜଣେ ବରିଷ୍ଠ ସାମ୍ବାଦିକଙ୍କ ସମେତ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ସେଥିପାଇଁ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ବଦଳାଇ ଅନ୍ୟ କର୍ମଚାରୀ ନିୟୋଜିତ କରିବାକୁ ଦାବୀ କରିଛି କନ୍ଧମାଳ ଭାରତୀୟ ଜନତା ପାର୍ଟି । ଏହି ଦାବୀରେ ଆଜି ଦଳପକ୍ଷରୁ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ପ୍ରଦାନ କରାଯାଇଛି । କନ୍ଧମାଳ ଭାରତୀୟ ଜନତା ପାର୍ଟିର ପୁର୍ବତନ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା,ଲିଗାଲ ସେଲ ର ସଭାପତି ରମେଶଚନ୍ଦ୍ର ମହାନ୍ତି,ଦିଗାମ୍ବର ବେହେରା,ଦିବାକର ଦିଗାଲ,ପରେଶ ମହାପାତ୍ର,ସ୍ୱରୁପାନନ୍ଦ ପଟ୍ଟନାୟକ ଏବଂ ଅନ୍ୟନ୍ୟ ସଦସ୍ୟ ମାନେ କନ୍ଧମାଳ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ପହଂଚି କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ଏହି ଦାବୀପତ୍ର ପ୍ରଦାନ କରିଛନ୍ତି । ସେଥିରେ ଫୁଲବାଣୀରେ ଥିବା କୋଭିଡ ହସପିଟାଲର ଦାୟୀତ୍ୱରେ ଥିବା ଅନୁଷ୍ଠାନ ଓ ପ୍ରଶାସନର ତାଳମେଳ ନରହୁଥିବାରୁ ଏବଂ କେତେ ଯାଗାରେ ଉଭୟ ପ୍ରଶାସନ ଓ ଦାୟୀତ୍ୱ ନେଇଥିବା ଅନୁଷ୍ଠାନର ଖାମଖିଆଲ ମନୋଭାବ ଯୋଗୁଁ କୋଭିଡ ହସପିଟାଲରେ ରୋଗୀଙ୍କ ପାଇଁ ରହିଥିବା ଶୌଚାଳୟ ଗୁଡିକରେ ସେମାନଙ୍କର ବ୍ୟବହାର ପାଇଁ ସ୍ୱତନ୍ତ୍ର ବାଲଟି ଓ ମଗ ରଖାଯାଉ ନଥିବା ସହିତ ସେଠାରେ ପାଣିର ଘୋର ଅଭାବ ଦେଖାଦେବା ଫଳରେ ସେଠାରେ ଥିବା ରୋଗୀମାନେ ଶୌଚାଳୟକୁ ଯିବା ବେଳେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଶୌଚାଳୟ ଗୁଡିକର ସଫେଇ କରାଯାଉନାହିଁ । ସେଠାକୁ ଆସୁଥିବା ରୋଗୀଙ୍କର ସଠିକ ସେବା କରା ଯ୍ଧମ ନଥିବାରୁ ବିନା ଚିକିତ୍ସାରେ ଏବଂ ଭୟରେ ସେମାନଙ୍କର ହୃଦଘାତ ଜନିତ ମୃତ୍ୟୁ ଘଟୁଛି । ସେଠାରେ ୪ଟି ଭେଣ୍ଟିଲେଟର ରହିଥିବା ନେଇ ଅନୁଷ୍ଠାନ ଏବଂ ପ୍ରଶାସନ ପକ୍ଷରୁ କୁହାଯାଉଛି । ହେଲେ ସେଗୁଡିକ କାର୍ଯ୍ୟକ୍ଷମ ନଥିବାରୁ ସେଠାରେ ଜଣେ ସାମ୍ବାଦି,ଆଇଜୀବି ଏବଂ ଫୁଲବାଣୀର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସମେତ ଆହୁରି ଅନେକଙ୍କର ଜୀବନ ହାନୀ ଘଟିଛି ସେଥିପାଇଁ ଏହାର ତଦନ୍ତ କରାଯିବା ଆବଶ୍ୟକ ବୋଲି କୁହାଯାଇଛି । କୋଭିଟ ହସପିଟାଲ ଦାୟୀତ୍ୱରେ ଥିବା ଅନୁଷ୍ଠାନର ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟରେ ଥିବା ପ୍ରଭାବ ଯୋଗୁଁ କୋଭିଡ ହସପିଟାଲ ଭିତରକୁ ପଶିପାରୁନଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିଜେ ଗଣମାଧ୍ୟମ ଆଗରେ ସ୍ୱିକାର କରିଛନ୍ତି । ସେଥିପାଇଁ ତାଙ୍କୁ ମଧ୍ୟ ତୁରନ୍ତ ବଦଳି କରାଯାଉ । ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାରେ କୋଭିଡ ବାବଦରେ ଅନେକ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରାଯାଉଛି ଫଳରେ ମଧ୍ୟ ସେଥିରେ ଭ୍ରମିତ ହେଉଛନ୍ତି । ଏହି ହସପିଟାଲରେ ରୋଗୀଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟର ମାନ ଏବଂ ପରିମାଣ ଅତି ନିମ୍ନ ମାନର ହୋଇଥିବାରୁ ଲୋକେ କୋଭିଡରେ ଆକ୍ରାନ୍ତ ହେଲେ ମଧ୍ୟ ସେଠାକୁ ଯିବାକୁ ଅମଙ୍ଗ ହେଉଛନ୍ତି ଯାହା ଫଳରେ ସେମାନେ ଶେଷ ମୁହୁର୍ତରେ ମୃତ୍ୟୁ ମୁଖରେ ପଡୁଛନ୍ତି ବୋିଲି କୁହାଯାଇଛି ଏହି ଦାବୀ ପତ୍ରରେ । ଏହିସବୁ ସମସ୍ୟାର ତୁରନ୍ତ ସମାଧାନ ନହେଲେ ଭାରତୀୟ ଜନତା ପାର୍ଟି ଆନ୍ଦୋଳନକୁ ଓହ୍ଲାଇବାକୁ ପଛେଇବ ନାହିଁ ବୋଲି କହିଛନ୍ତି ଜିଲ୍ଲା ସାଧାରଣ ସମ୍ପାଦକ ଭଗବାନ ମହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ