ଫୁଲବାଣୀ ଜାମା ମସଜିଦର ନୂତନ କର୍ମକର୍ତ୍ତା ନିର୍ବାଚନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ମସଜିଦ ଜାମା ମସଜିଦର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଜାମା ମସଜିଦ ଠାରେ ଫୁଲବାଣୀ ବାସିନ୍ଦାର ମୁସଲିମ୍ ସମ୍ପ୍ରଦାୟ ଲୋକଙ୍କୁ ନେଇ ସ୍ଥାନୀୟ ଫୁଲବାଣୀ ଜାମା ମସଜିଦର ସଭାପତି ଭାବେ ଅବଦୁଲ ରଜାକ ଗାଁ ମନୋନୀତ ହୋଇଥିଲା ବେଳେ ସମ୍ପାଦକ ଭାବେ ମହମ୍ମଦ ଲତିଫ ବେଶ୍ ଏବଂ କୋଷାଧ୍ୟକ୍ଷ ଭାବେ ଇମତିଆଜ ଖାଁ ଙ୍କୁ ଚୟନ କରାଯାଇଛି । ଏଥି ସହିତ ମସଜିଦର ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ଏମଡି ନାଜିର ଆଖତାର ଓ ହାଜି ଗାଉସ ହବିବିଙ୍କୁ ଚୟନ କରାଯାଇଥିବା ବେଳେ ମସଜିଦର ଆଇନ ଉପଦେଷ୍ଟା ଭାବେ ସାବବୀର ହୁସେନଙ୍କୁ ଚୟନ କରାଯାଇଛି । ଅନ୍ୟାନ୍ୟ କାର୍ଯ୍ୟକାରୀ ସଦସ୍ୟ ଭାବେ ଏମଡି ସାହିଲ, ଏମଡି ଶିରାଜ, ସୟଦ ବଖାରୀ,ହାତୁ , ଏମଡି ସୁଭାନ, ଏସକେ ଫକୀରା , ସତା ଖୀ ପ୍ରମୁଖଙ୍କ ନାମ ଘୋଷଣା କରାଯାଇଛି । ପବିତ୍ର ଶୁକ୍ରବାର ଦିନ ଜମା ନମାଜ ପାଠ କରି ନୂତନ ଦାୟିତ୍ବ ଗ୍ରହଣ କରିଛନ୍ତି ବୋଲି ମସଜିଦର ସଭାପତି ଅବଦୁଲ ରଜାକ ଖାଁ ପ୍ରକାଶ କରିଛନ୍ତି । ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ବିଜେଡି ରାଜ୍ୟ ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକ ଏମଡି ୟାସିନ ବେଗ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ