ଫୁଲବାଣୀ ଜିଲ୍ଲାରେ ସଂଘର ସ୍ୱୟଂସେବକଙ୍କ ସେବାକାମ

ଫୁଲବାଣୀ (ଓ୍ବାଇଏନ୍ଏସ୍) : ସାରା ବିଶ୍ୱରେ ଘାତକ ସାଜିଥିବା କରୋନା ଭାରତରେ ବି କାୟା ବିସ୍ତାର କରିବାରେ ଲାଗିଛି । କରୋନା ଯୋଗୁ ସମଗ୍ର ଦେଶ ଭଳି ଓଡ଼ିଶାରେ ମଧ୍ୟ ଲକଡାଉନ୍ ଚାଲିଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଯାଇଛି । ଏପରି ସମୟରେ ଫୁଲବାଣୀ , ବାଲିଗୁଡା ଓ କୋଟଗଡର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନେ ବିଭିନ୍ନ ପ୍ରକାର ସେବାକାମ କରିଛନ୍ତି । ସ୍ୱୟଂସେବକମାନେ ୨୦୦୦ ମାସ୍କ ଓ ୧୦୦୦ ସାବୁନ ବିତରଣ କରିିଥିବା ବେଳେ ୩ଟି ସ୍ଥାନରେ ଗାଈମାନଙ୍କୁ ଗୋ ଖାଦ୍ୟ ଯୋଗାଉଛନ୍ତି । ଫୁଲବାଣୀର ବିଭିନ୍ନ ସ୍ଥାନରେ ସଫେଇ କାମରେ ଲାଗିଥିବା କୋଭିଡ ଯୋଦ୍ଧା ଭାଇ ଭଉଣୀମାନଙ୍କୁ ଅପ୍ରେଲ ୨୦ ତାରିଖ ଦିନ ସ୍ୱୟଂସେବକମାନେ ସମ୍ମାନୀତ କରିବେ । ଏହି ୧୫୦ ଜଣ କୋଭିଡ ଯୋଦ୍ଧା ମଧ୍ୟରେ ଥିବା ମାଆ ଓ ଭଉଣୀମାନଙ୍କୁ ଲୁଗା, ପୁରୁଷ ଲୋକମାନଙ୍କୁ ଗାମୁଛା ଦେଇ ସମ୍ମାନୀତ କରିବା ସହିତ ସେମାନଙ୍କୁ ଜଳପାନ କରାଇବେ । ସଂଘ ତରଫରୁ ୪୧ଟି ସ୍ଥାନରେ ହୋଇଥିବା ସେବାକାମରେ ୨୦୦ ସ୍ୱୟଂସେବକ ସାମିଲ ହୋଇଛନ୍ତି । ବାଲିଗୁଡାର ସ୍ୱୟଂସେବକମାନେ ମୁସୁକୁଲି,ବିରାଗୁଡା,ଦିଗପଡି, ଗୁଳିମରା, ମୁସଳିପଦର,ବନ୍ଧକପଡା, ବାନ୍ଧବା ଆଦି ଗ୍ରାମରେ ନିଜେ ମାକ୍ସ ତିଆରି କରି ବିତରଣ କରିବା ସହିତ ବିସ୍କୁଟ, ସାବୁନ ମଧ୍ୟ ବିତରଣ କରିଛନ୍ତି । ଏଥି ସହିତ ସ୍ୱୟଂସେବକମାନେ ବାଲିଗୁଡା ବଜାର ମେଡିକାଲ ଛକ, ବସ ଷ୍ଟାଣ୍ଡରେ ଏପ୍ରିଲ ୯ ଓ ୧୦ ଦୁଇ ଦିନ ଦୁଇ ଓଳି ରନ୍ଧାଖାଦ୍ୟ ମଧ୍ୟ ବିତରଣ କରିଛନ୍ତି । ପ୍ରତ୍ୟେକ ଦିନ ୨୦୦ ଗରିବ ଲୋକଙ୍କୁ ସେମାନେ ରନ୍ଧାଖାଦ୍ୟ ବିତରଣ କରୁଥିଲେ । ସେହିପରି ସ୍ୱୟଂସେବକମାନେ ଟିକାବାଲିର ପାବୁରିଆରେ ୫୦ ପରିବାରକୁ ଚାଉଳ ଓ ଡାଲି ବଂଟନ କରିଛନ୍ତି । ଏହି ତିନୋଟି ବ୍ଲକରେ ୩୦ ଜଣରୁ ଉର୍ଦ୍ଧ୍ୱ ସ୍ୱୟଂସେବକ ସେବାକାମରେ ଲାଗିଛନ୍ତି । ଫୁଲବାଣୀ ରକ୍ତ ଭାଣ୍ଡାରେ ଫୁଲବାଣୀ ନଗର ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ତରଫରୁ ଏକ ସ୍ୱେଛାକୃତ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ଲକଡାଉନ ଅବସରରେ ଫୁଲବାଣୀ ରକ୍ତଭାଣ୍ଡାରରେ ରକ୍ତର ଘୋର ଅଭାବକୁ ଦୁର କରିବାପାଇଁ ସାମାଜିକ ଦୁରତାକୁ ବଜାୟ ରଖି ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରକୁ ଫୁଲବାଣୀ ରକ୍ତ ଭାଣ୍ଡାର ଅଧିକାରୀ ଡା.ଜୟଦୀପ ଘୋଷ ଉଦଘାଟନ କରିଥିବାବେଳେ ସଂଘର ନଗର ସେବା ପ୍ରମୁଖ ଶଙ୍କର ବେହେରା ରକ୍ତଦାନ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଶିବିରରେ ସଂଘର ଜିଲା କାର୍ଯ୍ୟବାହ ନିରଞ୍ଜନ ମିଶ୍ର, ମହାବିଦ୍ୟାଳୟ ଜିଲା ପ୍ରମୁଖ ନରେଶ କୁମାର ମହାନ୍ତି,ଜିଲା ସଂଘ ଚାଳକ ରମେଶ ସାହୁଙ୍କ ସମେତ ସଂଘର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏହି ଶିବିରରେ ରକ୍ତଭାଣ୍ଡାରର ଏଲଟି ଲକ୍ଷ୍ମୀଧର ମଣ୍ଡଳ,ଦିନକୃଷ୍ଣ ମହନ୍ତ,ତୁଷାର କାନ୍ତ ପ୍ରଧାନ ଓ ବରୁଣ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ରକ୍ତ ସଂଗ୍ରହ କାର୍ଯ୍ୟରେ ରାଜ୍ୟ ରେଡକ୍ରସର ଆଜୀବନ ସଦସ୍ୟ ତଥା ରକ୍ତଦାତା ପ୍ରଶାନ୍ତ କୁମାର ବେହେରା,ଟିମ ହ୍ୟୁମାନିଟିର ଉପଦେଷ୍ଟା ରମେଶ ଚନ୍ଦ୍ର ମହାନ୍ତି, ଆବାହକ ଭି.ଲୋକନାଥ ରାଜୁ ଓ ସଦସ୍ୟ ବିକାଶ ନାୟକ ଏବଂ ହିମାଂଶୁ ନାୟକ ପ୍ରମୁଖ ସହେଯାଗ କରିଥିଲେ ଶିବିରରେ ପ୍ରଣବ ନାୟକ, ଶେଷ ଦେବ ସାହୁ, ସଞ୍ଜିତ ମଣ୍ଡଳ, ରମେଶଚନ୍ଦ୍ର ସାହୁ,ଶ୍ରୀମତୀ ନମିତା ବେହେରା, ଶ୍ରୀମତୀ ଦୀପିକା ଶତପଥି, ଶ୍ରୀମତୀ ଝିଲି ବେହେରା, ସୁଦର୍ଶନ ବାରିକ,ଶିବାଶିସ ପଣ୍ଡା, ଅମିୟ କୁମାର ଦାସ, ବିଶ୍ୱରଞ୍ଜନ ଦାସ,ଅଜୟ କୁମାର ଶତପଥି ଓ ସୁଶାନ୍ତ ପାତ୍ର ପ୍ରମୁଖ ସହାୟତା କରିଥିଲେ ଏହି ଶିବିରରେ ଲକଡାଉନ ଅବସରରେ ମଧ୍ୟ ୨୭ ଜଣ ପୁରୁଷ ଓ ମହିଳା ସ୍ୱେଛାକୃତ ଭାବରେ ରକ୍ତ ଦାନ କରିଥିଲେ । ତେବେ ଆବଶ୍ୟକତା ବେଳେ ସଂଘ ତରଫରୁ ରକ୍ତଦାନ କରାଯିବ ଏବଂ କିଛି ଦିନ ଅନ୍ତରରେ ପୁଣି ଏକ ଶିବିରର ଆୟୋଜନ କରାଯିବ ବୋଲି ସେବା ପ୍ରମୁଖ ବେହେରା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ