ଫୁଲବାଣୀ ପଂଚାୟତ ସମିତିର ପ୍ରଥମ ସାଧାରଣ ବୈଠକ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ଫୁଲବାଣୀ  ପଂଚାୟତ ସମିତିର ପ୍ରଥମ ସାଧାରଣ ଅଧିବେସନ ସ୍ଥାନୀୟ ସମିତି ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ସସ୍ମିତା କହଁରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଫୁଳବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଅବଗତ ହୋଇ ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର ଗ୍ରାମାଂଚଳର ବିକାଶ ପାଇଁ ଯଥେଷ୍ଟ ଅନୁଦାନ ଯୋଗାଇ ଦେଉଥିବା ବେଳେ ସର୍ବସାଧାରଣଙ୍କ ଉନ୍ନତି ହିଁ ଜନ ପ୍ରତିନିଧି ମାନଙ୍କ ମୂଳ ଲକ୍ଷ୍ୟ ହେବା ଦରକାର ବୋଲି କହିବା ସହ ଏ ଦିଗରେ ସରକାରୀ କର୍ମଚାରୀ ମାନେ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ପାନୀୟ ଜଳ, ରାସ୍ତାଘାଟ, ପରିମଳ ଭଳି ବିଭିନ୍ନ ଯୋଜନା ଉପରେ ଆଲୋଚନା କରାଯାଇଥିଲା । ସମିତିର ସଦସ୍ୟ ମାନେ ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜ ଅଂଚଳର ସମସ୍ୟା ଉପସ୍ଥାପିତ କରିଥିଲେ। ବୈଠକକୁ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତନୁ କୁମାର ନାୟକ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଶ୍ରୀନିବାସ ମଲିକ, ଏବିଡିଓ ସନ୍ତୋଷ ଦିଗାଲ, ଜିପିଇଓ ,ବିଧାୟକ ପ୍ରତିନିଧି ନୀଳାମ୍ବର କହଁରଙ୍କ ସମେତ ସମସ୍ତ ସରପଂଚ, ସମିତି ସଭ୍ୟ ସଭ୍ୟା ଓ ସରକାରୀ କର୍ମଚାରୀ ମାନେ ଯୋଗ ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ