ଫୁଲବାଣୀ ମା’ ନାରାୟଣୀ ଯାତ୍ରାର ପ୍ରଥମ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ମା’ ନାରାୟଣୀ ଯାତ୍ରାର ପ୍ରଥମ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲାର ଅଗ୍ରଣୀ ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ନଟରାଜ କଳା ମନ୍ଦିର ର କଳାକାର ମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଡ. ଚିନାରି ଅନ୍ତର୍ଯ୍ୟାମୀ ସୁବୁଦ୍ଧି ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ମା’ ନାରାୟଣୀ ଯାତ୍ରା ପରିଚାଳନା କମିଟି ର ସଭାପତି ପି.ସୁଧାଂଶୁ ସେନାପତି, ଉପଦେଷ୍ଟା ତଥା ବରିଷ୍ଠ ଆଇନଜିବୀ ଅଜୟ ସିଂହ, ରଜତ ମହାନ୍ତି, ଉପସଭାପତି ସୁଜିତ୍ ବେହେରା, ସହ ସମ୍ପାଦକ ଅରୁଣ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଉଦଘାଟନୀ କାର୍ଯ୍ୟକ୍ରମକୁ ଅଶୋକ ମହାନ୍ତି ପରିଚାଳନା କରିଥିଲେ।ଏହି ଭଜନ କାର୍ଯ୍ୟକ୍ରମ ରେ କଣ୍ଠଶିଳ୍ପୀ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ, ତନୁଜା ମହାନ୍ତି, ଡି.ମୋନାଲିସା , ଅଜିତ ସାହାଣୀ, ଅମ୍ବିକା ବାଳା ପ୍ରମୁଖ ଭଜନ ପରିବେଷଣ କରିଥିଲେ। ଭଜନ କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ପ୍ରତିଷ୍ଠାତା ବିନୋଦ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ। ପ୍ରାୟ ଏକ ହଜାରରୁ ଅଧିକ ଭକ୍ତ ମା’ଙ୍କ ଦର୍ଶନ କରିବା ସହ ଭଜନ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ