ଫୁଲାଡି ଠାରେ ଗୋରୁ ଗାଡି ଅଟକାଉ ଥିବା ବେଳେ ଗୋ ରକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ଵର, (ସରୋଜ ପଣ୍ଡା):ଗୁରୁବାର ବିଳମ୍ବିତ ରାତିରେ ଫୁଲାଡି ଠାରେ ଗୋରୁ ଚାଲାଣ ହେଉଥିବା ଟ୍ରକ୍ କୁ ଅଟକାଉ ଥିବା ବଜରଙ୍ଗ ଦଳର ୧୦ ଜଣ ଗୋ ରକ୍ଷକ ଙ୍କୁ ଜଙ୍ଖରାଇ ଅଞ୍ଚଳର ୪୦ ରୁ ଉର୍ଦ୍ଧ ଦୁର୍ବୃତ ମରଣାନ୍ତକ ଆକ୍ରମଣ କରିଥିଲେ।ଏହି ଆକ୍ରମଣରେ ତିନି ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ସକାଳ ଆଠଟା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ସମସ୍ତଙ୍କ ଘର କଟକ ଅଞ୍ଚଳର ବୋଲି ଜଣାପଡିଛି।ଖବର ପାଇ ବାଲେଶ୍ଵର ଜିଲ୍ଲା ବଜରଙ୍ଗ ଦଳ ର କର୍ମୀ, ଗୋ ରକ୍ଷକଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଥିଲେ।ତେବେ କିଛି ସମୟ ପାଇଁ ଚିକିତ୍ସାଳୟ ପରିସର ରେ ଉତ୍ତେଜନା ଦେଖା ଯାଇଥିଲା।ସୂଚନା ମୁତାବକ,କେନ୍ଦ୍ରାପଡ଼ା ଅଞ୍ଚଳରୁ ୬ ଟି ଟ୍ରକ୍ ରେ କଲିକତା କୁ ଗୋରୁ ଚାଲାଣ ହେଉଥିବା ର ଖବର ପାଇ କଟକ ବଜରଙ୍ଗ ଦଳ ସେମାନଙ୍କୁ ପିଛା କରି ଆସିଥିଲେ।ବାଲେଶ୍ଵର ୬୦ ନମ୍ବର ଜାତୀୟ ରାଜପଥ ଫୁଲାଡି ଜେନା ଢ଼ାବା ନିକଟରେ ଚାରିଟି ଗାଡି ଖସି ପଳାଇ ଯାଇଥିବା ବେଳେ ଦୁଇଟି ଗାଡି କୁ ଅଟକାଇଥିଲେ।ଏହି ସମୟରେ ନିକଟସ୍ଥ ଜଙ୍ଖରାଇ ଅଞ୍ଚଳର ୪୦ ରୁ ଉର୍ଦ୍ଧ ଦୁର୍ବୃତ ଗୋ ରକ୍ଷକ ଙ୍କୁ ମରଣାନ୍ତକ ଆକ୍ରମଣ ତାଙ୍କର କାର ଭଙ୍ଗାରୁଜା କରିଥିଲେ।ତେବେ ଗୋ ରକ୍ଷକ ମାନେ ଗାଡି ଅଟକାଇବା ମାତ୍ରେ ପୋଲିସ କୁ ଯୋଗାଯୋଗ କରିଥିଲେ, ହେଲେ ଘଣ୍ଟା ଘଣ୍ଟା ଧରି ପୋଲିସ କଲ ରିସିଭ କରିନଥିବା ଯୋଗୁଁ ଦୁର୍ବୃତ୍ତ ମାନେ ସୁଯୋଗ ନେଇ ଏଭଳି ଆକ୍ରମଣ କରିଥିଲେ। ଏ ସଂପର୍କରେ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ