ଫୁଲୁରି ତେଲ

ଆସ ହେ ଭକ୍ତ ଆସ
ସେବା କରିବା ଆସ ହେ । ଘୋଷା।

ଶହେ ଆଠ ଗରା
ସୁବାସିତ ଜଳେ
ଶ୍ରୀଜିଉଙ୍କୁ ସ୍ନାନ କରିବା ଆସ,
ଶ୍ରୀଅଙ୍ଗକୁ ବାଧା
ଶ୍ରୀଜିଉଙ୍କୁ ହେଲା
ଅଣସରେ ଗୁପ୍ତ ସେବାରେ ରସ ।

ପାଞ୍ଚ ଦିନ ହେଲା
ଜ୍ବରେ କମ୍ପୁଛନ୍ତି
ପ୍ରଭୁଙ୍କ ଶ୍ରୀଅଙ୍ଗେ ବାଧା ଅଶେଷ,
ଫୁଲୁରି ତେଲକୁ
ମାଲିସ୍ କରିବା
ଯେତେ ଅଙ୍ଗପିଡା କରିବ ନାସ ।

ଘଣା ରାଶି ତେଲେ
ବେଣାଚେର ପକା
ମାଳତୀ, କେତକୀ, ବଉଳଫୁଲ,
କୃଷ୍ଣଭୋଗ ଧାନ
କିଆଫୁଲ ମିଶା
ମହମହ ହୋଇ ଛୁଟିବ ବାସ ।

ଆହୁରି ପକାଅ
ଜୁଇ, ଜାଇ ଫୁଲ
ମଲ୍ଲି ଫୁଲ ସହ ଘୋରା ଚନ୍ଦନ,
ହେରା ପଞ୍ଚମୀରୁ
ମାଟିରେ ପୋତିବ
ସ୍ନାନ ପୂର୍ବୁ କାଢ ତାଙ୍କ ନିର୍ଦ୍ଦେଶ ।

ପାଞ୍ଚମ ଦିନରେ
ଶ୍ରୀଅଙ୍ଗେ ଲେପିବା
ଶ୍ରୀଜୀଉଙ୍କ ପିଡା ହୋଇବ ନାଶ,
ଧିରେ ଧିରେ ସୁସ୍ଥ
ଶ୍ରୀଜିଉ ହୋଇବେ
ଘୋଷ ଯାତ୍ରା ପାଇଁ ଦେବେ ଆଦେଶ ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ